କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ରାଜ୍ୟରେ ଘୋଷଣାପତ୍ର ଜାରି କରିଛି । ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଯେ, ରାଜ୍ୟର ୧ କୋଟି ଭୋଟରଙ୍କ ମତ ନେବା ପରେ ଦଳ ଏହି ଘୋଷଣାପତ୍ର ପ୍ରସ୍ତୁତ କରିଛି ।
କ’ଣ ରହିଛି ପ୍ରତିଶ୍ରୁତି
ରାଜ୍ୟର ପ୍ରତି ଜିଲ୍ଲାରେ ମହିଳା ଥାନା ନିର୍ମାଣ
ପ୍ରତି ଜିଲ୍ଲାରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ
ପିଲା ଜନ୍ମହେବା ପରେ ତୁରନ୍ତ ସେଭିଙ୍ଗ ବଣ୍ଡ
ମୁଖ୍ୟମନ୍ତ୍ରୀ ମାଗଣା ସ୍କୁଟି ଯୋଜନା
ଗରିବ ମହିଳାଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
ଦୁର୍ନୀତିକୁ ନେଇ ସ୍ୱତନ୍ତ୍ର ଯାଂଚ ଟିମ୍ ଗଠନ
୫ଲକ୍ଷ ବେକାର ଯୁବବର୍ଗଙ୍କୁ ଭୋକେସନାଲ ଟ୍ରେନିଂ
୫ ବର୍ଷରେ ୨.୫ ଲକ୍ଷ ସରକାରୀ ନିଯୁକ୍ତି

Advertisment

ରାଜସ୍ଥାନ ବିଜେପିର ଘୋଷଣାପତ୍ର ଜାରି ଅବସରରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଜେପି ନଡ୍ଡା କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ଅସହାୟ ପେନସନ୍ ଯୋଜନାରେ କଂଗ୍ରେସ ୪୫୦ କୋଟି ଟଙ୍କା ଦୁର୍ନୀତି କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ନଡ୍ଡା କହିଛନ୍ତି ଯେ କଂଗ୍ରେସ ସରକାର ରାଜ୍ୟର କୃଷକମାନଙ୍କୁ ଋଣ ଛାଡ କରିବାକର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଠକି ଦେଇଛି । ଏହାସହ ଅଶୋକ ଗେହଲଟଙ୍କ ଭାଇ ଫର୍ଟିଲାଇଜର ଦୁର୍ନୀତି କରିବା ସହ ରାଜ୍ୟରେ ପଛୁଆବର୍ଗଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କଥା ସେ ଅଭିଯୋଗ କରିଛନ୍ତି ।