କନକ ବ୍ୟୁରୋ : ଗ୍ରାମରେ ମତଦାନ କେନ୍ଦ୍ର ଖବର ଶୁଣି ଗ୍ରାମବାସୀ ମାନେ, ବିଶେଷ କରି ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଶେଷ କରି ମହିଳା ମାନେ ଏବେ ଏହି ଗଣତାନ୍ତ୍ରିିକ କାର୍ଯ୍ୟକ୍ରମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଏବଂ ଏହାକୁ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି ।

Advertisment

ଭାରତରେ ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଛତିଶଗଡ ଓ ମିଜୋରାମରେ ନଭେମ୍ବର ୭ରେ ମତଦାନ ହୋଇଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୫ରେ ମତଦାନ ହେବ ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ସୀମାରେ ଥିବା ଏକ ଦୁର୍ଗମ ଗାଁରେ ଭୋଟିଂ ପାଇଁ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ମତଦାନ କେନ୍ଦ୍ର ବାଡମେର ଜିଲ୍ଲାରେ ଅଛି ଏବଂ ଏଠାରେ ମାତ୍ର ୩୫ ଜଣ ଭୋଟ ରହିଛନ୍ତି । ଖାସ୍ କଥା ହେଉଛି ସମସ୍ତ ଭୋଟର ଗୋଟିଏ ପରିବାରର ସଦସ୍ୟ ଅଟନ୍ତି ।

ବାଡମେର କା ପାର ନାମରେ ପ୍ରସିଦ୍ଧ ଏହି ଗ୍ରାମର ଭୋଟରମାନେ ନିର୍ବାଚନ ସମୟରେ ଏକ ବଡ ସମସ୍ୟାର ସମ୍ମୁଖୀନ ହେଉଥିଲା । କାହିଁକିନା ଲୋକମାନଙ୍କୁ ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଯିବା ପାଇଁ ପ୍ରାୟ ୨୦ କିଲୋମିଟର ଯିବା ପାଇଁ ପଡିଥାଏ । ଏହି ୨୦ କିଲୋମିଟର ବାଟ ଯିବାକୁ ଦୁଇଟି ବିକଳ୍ପ ରହିଛି । ଗୋଟିଏ ପାଦରେ ଚାଲି ଚାଲି ଯିବା ନଚେତ ଓଟ ଉପରେ ବସି ଯିବାକୁ ପଡୁଥିଲା । ଫଳରେ ମହିଳା ଓ ବୟସ୍କ ଲୋକମାନେ ବିଶେଷ କରି ଭୋଟ ଦେଇପାରୁ ନଥିଲେ ।

ଏହି ପ୍ରକାର ସମସ୍ୟା ପାଇଁ ପୂର୍ବ ବର୍ଷ ନିର୍ବାଚନରେ କେବଳ ପୁରୁଷ ସଦସ୍ୟଙ୍କୁ ଭୋଟ ଦେବାରେ ଦେଖାଯାଇଥିଲା । ହେଲେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବାଡମେର ପାର ଗାଁରେ ଏକ ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି ।

ଗ୍ରାମରେ ମତଦାନ କେନ୍ଦ୍ର ହେବା ଖବର ପାଇବା ପରେ ଗ୍ରାମବାସୀ ଖୁସିହେବା ସହ ବିଶେଷ କରି ମହିଳା ମାନେ ଅଧିକ ଖୁସି ହୋଇଛନ୍ତି । ଗ୍ରାମରେ ୩୫ ଜଣ ପଂଜିକୃତ ଭୋଟରମାନଙ୍କ ମଧ୍ୟରୁ ୧୭ ଜଣ ମହିଳା ଓ ୧୮ଜଣ ପୁରୁଷ ଅଛନ୍ତି ।

୨୦୨୮ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିଥିଲା । ଅଶୋକ ଗେହଲଟ ବିଏସପି ଏବଂ ସ୍ୱାଧୀନ ନିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।