କନକ ବ୍ୟୁରୋ : ସରିଲା କଂଗ୍ରେସର ଅଧ୍ୟକ୍ଷ ପଦ ଚୟନ । ହେଲେ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଦେଖାଦେଇଥିବା ରାଜସ୍ଥାନ ବିବାଦର କିନ୍ତୁ ଅନ୍ତ ଘଟିନାହିଁ । ଏଠାରେ ଉଭୟ କଂଗ୍ରେସ ଦଳରେ ଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ନେତା ସଚିନ ପାଇଲଟଙ୍କ ବିବାଦ ଏବେ ହାଇକୋର୍ଟରେ ପହଂଚିଛି । ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା ସଂକଟ ବେଳେ ବିଧାନସଭା ଅଧ୍ୟକ୍ଷ ସିପି ଜୋଶୀ ଙ୍କ ତରଫରୁ ପାଇଲଟ୍ ଗ୍ରୁପର ୧୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ କରାଯାଇଥିଲା । ଏନେଇ ହାଇକୋର୍ଟରେ ହୋଇଥିବା ନୋଟିସକୁ କୋର୍ଟ ଗ୍ରହଣ କରିଛନ୍ତି ।
ସେପଟେ ପାଇଲଟ୍ ଗ୍ରୁପର ବିଧାୟକ ପି.ଆର ମିଣା ଏହି ନୋଟିସକୁ ବିରୋଧ କରି କହିଛନ୍ତି କି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ଏଣୁ ଏହି ମାମଲାର ଶୁଣାଣି ହାଇକୋର୍ଟରେ ହୋଇପାରିବ ନାହିଁ । ସେପଟେ କୁହାଯାଉଛି କି ହାଇକୋର୍ଟରେ ଏହି ମାମଲାର ଶୁଣାଣି ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚାପ ପକାଉଛନ୍ତି ।
ଏନେଇ କୋର୍ଟରେ ଅନ୍ୟଜଣେ ଆବେନକାରୀ ମୋହନ ଲାଲ ନାମାଙ୍କ ତରଫରୁ ଓକିଲ ବିମଲ ଚୌଧୁରୀ ହାଇକୋର୍ଟରେ ଆବେଦନ କରି କହିଛନ୍ତି କି ସରକାରରେ ଅସ୍ଥିରତା କାରଣରୁ ସରକାରୀ କାମ ଠିକରେ ହୋଇପାରୁ ନାହିଁ । ଏଣୁ କୋର୍ଟ ବିଧାନସଭା ଅଧ୍ୟକ୍ଷଙ୍କ ନୋଟିସକୁ ତୁରନ୍ତ ବିଚାରକୁ ନେଇ ଏହା ଉପରେ ଶୀଘ୍ର ଶୁଣାଣି କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/43-7.jpg)