ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ୩ ଯୁବକ ! ବେରୋଜଗାର ନେଲା ଜୀବନ ।

167

ରାଜସ୍ଥାନରେ ବେରୋଜଗାରର ଭୟାବହ ଚେହେରା ସାମ୍ନାକୁ ଆସିଛି । ଯେଉଁଠି ଚାକିରୀ ନ ମିଳିବା କାରଣରୁ ହତାଷ ହୋଇ ୩ ଯୁବକ ଚରମ ପଦକ୍ଷେପ ନେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାର ୪ ଜଣ ଯୁବକ ବେକାରୀ ହେବାକୁ ନେଇ କହିଥିଲେ ଯେ ଚାକିରୀ ନାହିଁ ତ ଜୀବନ ରଖି ଲାଭ କ’ଣ? ଏହାପରେ ୪ ଯୁବକ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁପଡିଥିଲେ । କିନ୍ତୁ ର୍ଦୁଭାଗ୍ୟବଶତଃ ୪ ମଧ୍ୟରୁ ଜଣଙ୍କୁ କେହି ଜଣେ ଯାତ୍ରୀ ଡେଇଁବାରୁ ବଞ୍ଚାଇଦେଇଥିଲେ ମଧ୍ୟ ଅନ୍ୟ ୩ ଜଣ ଟ୍ରେନତଳେ ଚାପି ହୋଇ ଜୀବନ ହାରିଥିଲେ ।

ତେବେ ସୁଚନା ମୁତାବକ ୪ ଜଣ ସାଙ୍ଗ ବେକାରୀ ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଏବଂ ଚାକିରୀ ନ ମିଳିଲେ ଆଗାମୀ ଭବିଷ୍ୟତ କିଭଳି ହେବ ଏହାକୁ ନେଇ ମୃତ୍ୟୁର ବାଟକୁ ଚୟନ କରିଥିଲେ । ବର୍ତ୍ତମାନ ବେକାରୀ ସମସ୍ୟା ଯୁବକ ଯୁବତୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ କିଛି ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମକୁ ଆପଣାଇ ଜୀବନ ଯିଉଁଥିବା ବେଳେ ଆଉ କିଛି ଜୀବନ ହାରିବା ଭଳି ପନ୍ଥା ଆପଣାଉଥିବା କଥା ସାମ୍ନାକୁ ଆସିଛି ।