ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ : ଅଶୋକ ଗେହଲଟଙ୍କ ଟିମରେ ସାମିଲ ହୋଇପାରନ୍ତି ୧୫ ମନ୍ତ୍ରୀ

101

କନକ ବ୍ୟୁରୋ : ଆଜି ରାଜସ୍ଥାନର ଅଶୋକ ଗେହଲୋଟ ସରକାରର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ । ଗତକାଲି ଗେହଲଟ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଆଜି ଅପରାହ୍ନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାପରେ ସଂଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ ଘୋଷଣା ହେବା ସହ ନୂଆ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ରହିଛି । ଦଳରେ ମୁଖ୍ୟମନ୍ତ୍ରୀ ଗେହଲେଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ରହିଛି ।

ତେଣୁ ଅଶୋକ ଗେହଲଟ ଯଦି ମୁଖ୍ୟମନ୍ତ୍ରୀ ରହୁଛନ୍ତି ତାହାଲେ ପାଇଲଟଙ୍କ ସମର୍ଥକ ବିଧାୟକ କେଉଁ କେଉଁ ବିଭାଗର ମନ୍ତ୍ରୀ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ କନ୍ଦଳ ରହିିଛି । ଏହାର ସମାଧାନ କରିବାକୁ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିଷ୍ପତି କ୍ରମେ ଏହି ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଉଛି । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲୋ ଏହାପରେ ସଚିନ ପାଇଲଟ ମଧ୍ୟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ ।

ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ : 

– ନୂଆ ମନ୍ତ୍ରିମଣ୍ଡଳରେ ୧୧ କ୍ୟାବିନେଟ୍ ଓ ୪ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇପାରନ୍ତି
– ରାଜସ୍ଥାନ ନୂଆ କ୍ୟାବିନେଟ୍ରେ ୧୨ ଜଣ ନୂଆ ମନ୍ତ୍ରୀ ହୋଇପାରନ୍ତି
– ୧୨ ଜଣଙ୍କ ମଧ୍ୟରୁ ୫ ଜଣ ସଚିନ୍ ପାଇଲଟ୍ ଗୋଷ୍ଠୀର ବିଧାୟକ
– ଦଳିତ କୋଟାରେ ତିନି ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ
– ତିନି ଜଣ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ
– ୨୨ ବିଧାୟକଙ୍କୁ ସଂସଦୀୟ ସଚିବ ଓ ପରାମର୍ଶଦାତା ଭାବେ ମିଳିବ ନିଯୁକ୍ତି
– ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିପାରେ
– ୧୫ ଜଣଙ୍କୁ ସଂସଦୀୟ ସଚିବ କରାଯାଇପାରେ