ଅର୍ଶଦୀପ ସିଂଙ୍କ ଦମଦାର ବୋଲିଂ: ରାଜସ୍ଥାନ ୧୮୫ ରନରେ ଅଲଆଉଟ, ପଞ୍ଜାବ ଆଗରେ ବିଜୟ ଲକ୍ଷ୍ୟ ୧୮୬ 

66

କନକ ବ୍ୟୁରୋ: ଆଇପିଏଲ ଆଜିର ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଉଭୟ ପଞ୍ଜାବ ଓ ରାଜସ୍ଥାନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ହେଲେ ଶେଷ ବେଳକୁ ପଞ୍ଜାବର ବୋଲର ଅର୍ଶଦୀପ ସିଂଙ୍କ ଦମଦାର ବୋଲିଂ ଯୋଗୁଁ ଅଲଆଉଟ ହୋଇଯାଇଛି ରାଜସ୍ଥାନ । ଫଳରେ ଏହି ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୧୮୭ ରନ କରିବାରେ ସଫଳ ହୋଇଛି । ଏବେ ପଞ୍ଜାବ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ପଞ୍ଜାବର ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ରାଜସ୍ଥାନ । ରାଜସ୍ଥାନ ପକ୍ଷରୁ ଲୁଇସ ଓ ଜୟସ୍ୱାଲ ଭଲ ଆରମ୍ଭ ଦେଇଥିଲେ । ଦଳ ପକ୍ଷରୁ ଜୟସ୍ୱାଲ ୪୯, ମହିଲପାଲ ୪୩ ଓ ଲୁଇସ ୩୬ ରନ କରିଥିଲେ । ସେହିପରି ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୫ଟି ୱିକେଟ ହାସଲ କରିଥିଲେ ।