କନକ ବ୍ୟୁରୋ : ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭୂତାଣୁ । ଏହା ମଧ୍ୟରେ ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏହି ୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଖୁସିର କଥା ହେଉଛି କେରଳର ୩ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ସୁସ୍ଥ ହୋଇଛନ୍ତି । ତେଣୁ ବର୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୁହାଯାଇପାରିବ । ଦିଲ୍ଲୀରେ ଜଣେ କରୋନା ସନ୍ଦୀଗ୍ଧ ଠାବ ହେବା ପରେ ତାଙ୍କ ସହିତ ମିଶିଥିବା ୬ ଜଣଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେଲେଙ୍ଗାନାରୁ ବି ଗୋଟିଏ କରୋନା ସନ୍ଦୀଗ୍ଧ ପଜିଟିଭି ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଜୟପୁର ରାଜସ୍ଥାନକୁ ବୁଲିବା ପାଇଁ ଆସିଥିବା ଇଟାଲୀରୁ ଆସିଥିବା ୧୭ ଜଣଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍ ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ଭାରତୀୟ ୧୬ଜଣ ଇଟାଲି ନାଗରିକ । ସେହିପରି ଗୁରୁଗ୍ରାମରୁ ବି ଗୋଟିଏ କରୋନା ପଜିଟିଭ୍ ଖବର ଆସିଛି । ସେପଟେ ଦିଲ୍ଲୀ ପରେ ଗୁଜରାଟର ସୁରଟରୁ ବି ଆସିଛି ୨ ଜଣ କରୋନା ସନ୍ଦୀଗ୍ଧଙ୍କ ଖବର । ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଭାରତରେ କରୋନା ଭୂତାଣୁର ଏପରି ସଂକ୍ରମଣକୁ ଦେଖିବା ପରେ ସରକାର ସତର୍କତା ଅବଲଂବନ କରିଛନ୍ତି । ଦେଶରେ ଥିବା ବିଦେଶୀ ନାଗରିକଙ୍କୁ ଯାଂଚ କରାଯିବା ନେଇ କୁହାଯାଇଛି ।
ପ୍ରଥମେ ୧୨ଟି ଦେଶର ନାଗରିକଙ୍କ ହେବ ଯାଂଚ । ସେପଟେ କରୋନା ଭୂତାଣୁ ଲୋକଙ୍କ ଠାରୁ ଅନ୍ୟମାନେ ସଂକ୍ରମିତ ହେବା ଆଶଙ୍କାରେ ଲୋକଙ୍କ ମଧ୍ୟରେ ଭୟ ଖେଳିଗଲାଣି । ସତର୍କତା ମୂଳକ ଭାବେ ଲୋକଙ୍କ ସହ ହାତ ମିଳାଇବାକୁ ଲୋକେ ଡରୁଛନ୍ତି । ସେପଟେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯୁଦ୍ଧକାଳୀନ ଭିତିରେ କାମ ଆରମ୍ଭ କରିଛନ୍ତି ଭାରତ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଧନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏବେ କରୋନା ଭୂତାଣୁ ପରୀକ୍ଷା ପାଇଁ ଦେଶରେ ୧୫ଟି ଲ୍ୟାବ ରହିଛି । ସରକାର ଆଉ ୧୯ଟି ଲ୍ୟାବ ନିର୍ମାଣ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।