source : CH2M HILL Polar Services
ବାହାରକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି କିନ୍ତୁ ଯାତାୟତର ବର୍ଦ୍ଧିତ ଦରକୁ ଦେଖି ପଛଘୁଞ୍ଚା ଦେଉଛନ୍ତି କି? ଯଦି ହଁ ତେବେ ଆଶ୍ୱସ୍ତ ହୋଇ ବୁଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ।ପର୍ଯ୍ୟଟକଙ୍କ ସୁବିଧା ସକାଶେ ସରକାର ଏବେ ବିଭିନ୍ନ କିସମର ସ୍କିମ୍ ବାହାର କରୁଛନ୍ତି । କେତେବେଳେ ପର୍ଯ୍ୟଟକଙ୍କୁ ରେଳବାଇ ତରଫରୁ ଭାରତୀୟ ରେଲୱେ ଟ୍ରିପ୍ ପ୍ୟାକେଜ୍ ତ ଆଉ କେତେବେଳେ ଦୁଃସାହସିକ କ୍ରୀଡାପ୍ରତି ପ୍ରୋତ୍ସାହନ ଦେବା ପାଇଁ ଆଡଭେଞ୍ଚର ସ୍କିମ୍ ଦିଆଯାଉଛି । ଏହି ସ୍କିମରେ ଏବେ ଏୟାରକ୍ରାଫ୍ଟ ଏବଂ ହେଲିକ୍ୟାପ୍ଟର ସୁବିଧା ମଧ୍ୟ ଜଡିତ ହୋଇଛି । ଏହି ସ୍କିମ୍ ଆରମ୍ଭ ହୋଇଛି ପର୍ଯ୍ୟଟନସ୍ଥଳୀ ରାଜସ୍ଥାନରେ । ଏବେ ଯଦି ଆପଣ ରାଜସ୍ଥାନରୁ ଜୟପୁର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ଚାହାନ୍ତି ତେବେ କିଛି ସମୟ ମଧ୍ୟରେ ଏବଂ ଖୁବ୍ କମ୍ ଟଙ୍କାରେ ଆପଣ ଏହି ଯାତ୍ରା କରିପାରିବେ । /kanak/media/post_attachments/wp-content/uploads/2018/05/9756-1-300x185.jpeg) ଆରସିଏଫ୍ କହିବାନୁସାରେ ବିମାନ ମନ୍ତ୍ରାଳୟ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଦେଶର ୧୮ଟି ରାଜ୍ୟର ୪୫ଟି ପର୍ଯ୍ୟଟନସ୍ଥଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପର୍ଯ୍ୟଟନସ୍ଥଳ ମଧ୍ୟରେ ରାଜସ୍ଥାନର ବିକାନେର,କିସନଗଡ,ଜେସଲମେର,ଉତ୍ତରଲାଇ ଭଳି ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳର ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ,ଆସାମ,ମଣିପୁର ଆଦି ପର୍ଯ୍ୟଟନକ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଛି । ଏହି ସୁବିଧା ପାଇବା ପାଇଁ ଆପଣଙ୍କୁ ୧୫୦୦ ରୁ ୫୦୦୦ ଟଙ୍କା ଦେବାକୁ ପଡିବ ।
ଆରସିଏଫ୍ କହିବାନୁସାରେ ବିମାନ ମନ୍ତ୍ରାଳୟ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଦେଶର ୧୮ଟି ରାଜ୍ୟର ୪୫ଟି ପର୍ଯ୍ୟଟନସ୍ଥଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପର୍ଯ୍ୟଟନସ୍ଥଳ ମଧ୍ୟରେ ରାଜସ୍ଥାନର ବିକାନେର,କିସନଗଡ,ଜେସଲମେର,ଉତ୍ତରଲାଇ ଭଳି ସ୍ଥାନକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳର ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ,ଆସାମ,ମଣିପୁର ଆଦି ପର୍ଯ୍ୟଟନକ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଛି । ଏହି ସୁବିଧା ପାଇବା ପାଇଁ ଆପଣଙ୍କୁ ୧୫୦୦ ରୁ ୫୦୦୦ ଟଙ୍କା ଦେବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2018/05/LosoPut-in_Seth-Beaudreault.jpg)