ରାହାଣେଙ୍କ ଦମଦାର ଶତକ । ଦିଲ୍ଲୀ ଆଗରେ ୧୯୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ।

99

କନକ ବ୍ୟୁରୋ : ଜୟପୁରରେ ଭାରତୀୟ ଟେଷ୍ଟ କ୍ରିକେଟର ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଜବରଦସ୍ତ ବ୍ୟାଟିଂ । ଆଇପିଏଲର ୪୦ ତମ ମ୍ୟାଚରେ ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁରରେ ଆଜି ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଛି ।

ପ୍ରଥମରୁ ରାଜସ୍ଥାନକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ସଞ୍ଜୁ ସାମସନ୍ କୌଣସି ବଲ୍ ଖେଳିବା ପୂର୍ବରୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରି ଯାଇଥିଲେ । ଏହା ପରେ ଅଧିନାୟକ ସ୍ମିଥ ଏବଂ ରାହାଣେ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ । ସ୍ମିଥ ୩୨ଟି ବଲରୁ ୮ଟି ଚୌକା ବଳରେ ୫୦ ରନ୍ କରି ଆଉଟ ହୋଇଥିଲେ । ଆଜିଙ୍କ୍ୟ ରାହାଣେ ୬୩ଟି ବଲରୁ ୩ଟି ଛକା ଏବଂ ୧୧ଟି ଚୌକା ବଳରେ ୧୦୫ ରନ୍ ସଂଗ୍ରହ କରିଛନ୍ତି । ତେବେ ଦିଲ୍ଲୀ ଆଗରେ ୧୯୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ରାଜସ୍ଥାନ ।