ସ୍କୁଲ ବସରେ ପଶିଲା ପାଣି ! ସ୍ଥାନୀୟ ଲୋକମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ରୀ

Advertisment
ସ୍କୁଲ ବସରେ ପଶିଲା ପାଣି ! ସ୍ଥାନୀୟ ଲୋକମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ରୀ

zeenews.com

କନକ ବ୍ୟୁରୋ : ଜୟପୁର ନିକଟସ୍ଥ ଦୋସା ଜିଲ୍ଲାରେ ଲାଲସୋଟରେ ଏକ ବସ୍ ଚାଳକଙ୍କ ଅବହେଳା ହେତୁ ୫୦ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା। ବସ୍ ଭିତରେ ପାଣି ପଶିଯିବା ହେତୁ ପିଲାମାନେ ଭୟରେ କାନ୍ଦିବାକୁ ଲାଗିଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟଲୋକମାନେ ବସ ଭିତରୁ ସୁରକ୍ଷିତ ଭାବେ ପିଲାମାନଙ୍କୁ ବାହାରକୁ ବାହାର କରିଥିଲେ। ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ଲାଗି ରହିଛି । ଏହି କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଯାଇଛି। ଜୟପୁରର ଲାଲପୋଷ୍ଟସ୍ଥିତ ଜଗେନର ଗ୍ରାମରେ ଏମିତି ଏକ ସ୍ଥାନରେ ସ୍କୁଲ ବସ୍ ଫସି ଯାଇଥିଲା। ଏହି ଅଣ୍ଡରପାସ୍ ଦୌସା-ଗଙ୍ଗାପୁର ରେଳ ଲାଇନରେ ରହିଛି।

publive-imageଏଠାରେ ଚାଳକ ବସ୍ ଅଟକାଇବା ବଦଳରେ ପାଣି ଭିତରେ ପୂରାଇ ଦେଇଥିଲେ। ବସ୍ ଝରକା ପର୍ଯ୍ୟନ୍ତ ପାଣି ଭରି ଯାଇଥିଲା। ଏହାପରେ ଚାଳକ ଯେତେବେଳେ ବସ୍କୁ ପଛକୁ ଆଣିବାକୁ ଚେଷ୍ଟା କରୁଥିଲେ, ସେଥିରେ ସେ ଅସଫଳ ରହିଥିଲେ ଏବଂ ବସ୍ ଷ୍ଟାର୍ଟ ବି ବନ୍ଦ ହୋଇଯାଇଥିଲା। ବସ୍ ଭିତରେ ପାଣି ପଶିବା ଦେଖି ଛାତ୍ରଛାତ୍ରୀ ଭାବେ ଭୟରେ କାନ୍ଦିବାକୁ ଲାଗିଥିଲେ। ବସ୍ ଭିତରେ ଥିବା ବଡ଼ ପିଲାମାନେ ତାଙ୍କର ସାନ ପିଲାଙ୍କୁ ସାହାଯ୍ୟ କରି ବସ ଛାତ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ପାଣି ଭିତରୁ ଉଦ୍ଧାର ପାଇଁ ସ୍ଥାନୀୟଲୋକେ ବି ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କୁ ସୁରକ୍ଷିତ ଭାବେ ବସରୁ ବାହାରକୁ ବାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe