କନକ ବ୍ୟୁରୋ : ରାଜସ୍ଥାନରେ ପୂଜାରୀଙ୍କୁ ଜିଅନ୍ତା ଜାଳି ମାରିଦେବା ଘଟଣାରେ ଶବ ଗ୍ରହଣ କରି ସଂସ୍କାର କରିବାକୁ ରାଜି ହେଲେନି ଗ୍ରାମବାସୀ ଓ ପୂଜକଙ୍କ ପରିବାର । ଘଟଣାରେ ସଂପୃକ୍ତ ଲୋକଙ୍କ ଗିରଫଦାରୀ ସହ ପୂଜାରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଟଳ ଅଛନ୍ତି ଗ୍ରାମବାସୀ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନର କରୋଲୀରେ ଦୁବୃର୍ତ ଏପରି ଅମାନୁଷିକ କାଣ୍ଡ ଘଟାଇଥିଲେ । ଦୁ୍ବୃର୍ତମାନେ ପ୍ରଥମେ ପୂଜାରୀଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ ।
ଏହା ପରେ ନିଆଁ ଲଗାଇ ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ଜୟପୁରର ସବାଇ ମାନସିଂ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂଜାରୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାଜସ୍ଥାନ ରାଜନୀତି ଜୋର ଧରିଛି । ନ୍ୟାୟ ଦାବିରେ ଅଟଳ ଅଛନ୍ତି ଗ୍ରାମବାସୀ । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଦାବିରେ ଶବ ଦାହ କରିବାକୁ ମନା କରିଦେଇଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/20-8.jpg)