ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଯେଉଁ କାମ କଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କୁହାଯାଏ ଲୋକ ମଧ୍ୟ ତାହାକୁ ହସରେ ଉଡାଇ ସେହି କାମ ହିଁ କରିବେ । ଯେପରିକି ପାନମସଲା ଖାଇବା ହେଉ କିମ୍ବା ଗୁଟଖା ଏବଂ ସିଗାରେଟ୍ । ଜୀବନକୁ ଭ୍ରୁକ୍ଷେପ ନକରି ଏବେ ବି ବହୁତ ଲୋକ ଗୁଟଖା ଭଳି ମାରାତ୍ମକ ତତ୍ତ୍ୱକୁ ଖାଉଛନ୍ତି । ସଚେତନ ପାଇଁ ପ୍ୟାକେଟ୍ ଉପରେ କ୍ୟାନ୍ସରର ଚିତ୍ର ଥିଲେ ସୁଦ୍ଧା କାହାରିକୁ ଏଥିପ୍ରତି କିଛି ଫରକ ପଡୁନାହିଁ । ତେବେ ଏହି ମଧ୍ୟରେ ଏବେ ଗୁଟଖାକୁ ନେଇ ଆଉ ଏକ ଖବର ଆସିଛି ।
ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଗୁଟଖାର ଦୁଇଟି ନାମୀ ବ୍ରାଣ୍ଡ ରାଜଶ୍ରୀ ଏବଂ କେସର ମସାଲାର ଜାଞ୍ଚ୍ ରେ ଗେମ୍ବିୟର୍ ମିଶିଥିବା ଅଭିଯୋଗ ଆସିଛି । ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଏହି ବ୍ରାଣ୍ଡର ନିର୍ମାତାଙ୍କୁ ପତ୍ର ଲେଖି ଏହି ଗୁଟଖା ଉପରେ ରୋକ ଲଗାଇ ଦିଆଯାଇଛି । ବିଭାଗ ଶୀର୍ଷ ଅଧିକାରୀଙ୍କ ଠାରୁ ଅନୁମତି ମିଳିବା ପରେ ଏହି ବ୍ରାଣ୍ଡ ନିର୍ମାତାଙ୍କ ବିରୋଧରେ ଏସିଜିଏମ୍ କୋର୍ଟରେ ମୋକଦ୍ଦମା ରୁଜୁ କରାଯାଇଛି । ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ କିଛି ଦିନ ତଳେ ଏହି ଦୁଇ ବ୍ରାଣ୍ଡର ଲ୍ୟାବ୍ ଟେଷ୍ଟିଙ୍ଗ୍ ପାଇଁ ଲଖନଉଁ ପଠାଯାଇଥିଲା । ଯେଉଁଥିରୁ ଗେମ୍ବିୟର୍ ରସାୟନ ବାହାରିଥିଲା ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ । ଏହାର ବ୍ୟବହାର ଚମଡାକୁ ରଙ୍ଗୀନ କରିବା ପାଇଁ କରାଯାଏ । ଏହାର ସେବନ ଦ୍ୱାରା ଲିଭର ଏବଂ ହାର୍ଟ ଖରାପ ହେବା ସହ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/RAJSRI.jpg)
/kanak/media/post_attachments/wp-content/uploads/2019/01/gutka-l-300x167.jpg)