ଗର୍ଭାଶୟ କର୍କଟ ବିଲୋପ ଅଭିଯାନ : ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

121

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା ଫାଉଣ୍ଡେସନ୍ ଏକାଦଶ ସ୍ମାରକୀ ପକ୍ଷରୁ ରାଜାରାଣୀ ମନ୍ଦିରରକୁ ନୀଳ ରଙ୍ଗର ଆଲୋକରେ ସଜେଇ ଦିଆଯାଇଛି। ଗର୍ଭାଶୟ କର୍କଟ ବିଲୋପର ପ୍ରତୀକ ଭାବରେ ନୀଳ ରଙ୍ଗକୁ ବ୍ୟବହାର କରାଯାଉଥିବାରୁ ବିଏସ୍‌ସିଏଲ୍‌ ପକ୍ଷରୁ ମନ୍ଦିରକୁ ଏଭଳି ସଜାଇ ଦିଆଯାଇଛି ।

ଫଳରେ ନୀଳ ରଙ୍ଗରେ ଝଲସୁଥିବା ରାଜାରାଣୀ ମନ୍ଦିର ସନ୍ଧ୍ୟାରେ ଏକାମ୍ର କ୍ଷେତ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କ୍ରିୟା ଫାଉଣ୍ଡେସନ୍‌ର ଲିଲି ଜେନାମଣୀ କହିଛନ୍ତି ଏହି ସଚେତନତା ସୃ‌ଷ୍ଟି ପାଇଁ ଐତିହ୍ୟଗୁଡ଼ିକୁ ଆଲୋକିତ କରିବାକୁ ଯୋଜନା ହୋଇଛି। ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ କୁମାର ସିଂଙ୍କ ଉଦ୍ୟମକ୍ରମେ ପ୍ରଦୂଷଣକୁ ଆଖି ଆଗରେ ରଖି ଅଣମୋଟର ଯାନକୁ ପ୍ରୋତ୍ସାହିତ କରିବା ଓ ସହରକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।