ଶ୍ରୀମନ୍ଦିରରେ ଆଜି ବିଜୟାଦଶମୀ ପାଳନ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । କୋଭିଡ୍ କଟକଣା ଯୋଗୁଁ ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ

ସେପଟେ ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି

287

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । ହେଲେ କାଭିଡ୍ କଟକଣା ଯୋଗୁଁ ଏହି ଦୁଲର୍ଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟକ ବର୍ଷ ବିଜୟାଦଶମୀରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶ ହୋଇଥାନ୍ତି । ସେପଟେ ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ । ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ ।

ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ପୀଠରେ ଦଶମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ମଣ୍ଡପରେ ଆଜି ମୃଣମୟୀ ମୂର୍ତୀଙ୍କ ହେବ ମହାଦଶମୀ ନୀତି ଅନୁଷ୍ଠିତ ହେବ । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନକ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁ ନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଫଳରେ କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବାର ଚିତ୍ର ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର ଚକେଇସିଆଣିରେ ଚାଲିଛି ମାଙ୍କ ଆରଧନା । କରୋନା କଟକଣା ନିୟମ ମାନି ପରଦା ପଛରେ ପୂଜା ପାଉଛନ୍ତି ମା । ରୀତିନୀତି ଅନୁସାରେ ଚାଲିଛି ମାଙ୍କ ସମସ୍ତ ପ୍ରକାର ପୂଜାର୍ଚ୍ଚନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ସେପଟେ ସୂଦୁର ବାହାରିନ୍ରେ ମଧ୍ୟ ମାଙ୍କ ଆରାଧନା କରାଯାଇଛି । କରୋନା କଟକଣା ମଧ୍ୟରେ ମାଙ୍କ ପୂଜା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ରୀତନିିତି ପୂଜା ଅନୁଷ୍ଠିତ ହୋଇଥାଏ । ଆଉ ଚଳିତବର୍ଷ କଟକଣା ଯୋଗୁଁ ଅତିନିରଡାମ୍ବର ଭାବେ ଦଶହରା ପୂଜା କରାଯାଇଛି ।