ସଙ୍ଗଠନକୁ ଆସିବେ ରଜନୀକାନ୍ତ?ଉପବାଚସ୍ପତି ପଦରୁ ଦେଇପାରନ୍ତି ଇସ୍ତଫା !

148

କନକ ବ୍ୟୁରୋ : ୨୦୨୪ ପାଇଁ ଏବେଠୁ ନକ୍ସା ପ୍ରସ୍ତୁତ କଲାଣି ବିଜେଡି । କେଉଁ ଜାଗାରେ କିଏ ଲଢିବ, ହେଭୱେଟଙ୍କୁ କିଏ ଟକ୍କର ଦେବ ତାକୁ ନେଇ ରଣନୀତି ତିଆରି ଚାଲିଛି । ରାଜ୍ୟ ରାଜନୀତିର ସବୁଠାରୁ ହଟସିଟ ଢେଙ୍କାନାଳ ଓ ଅନୁଗୁଳକୁ ନେଇ ବିଜେଡି ପ୍ରସ୍ତୁତ କରିଛି ମେଗାପ୍ଲାନ । କାରଣ , ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଓ ଢେଙ୍କାନାଲ ଉପରେ ଏବେ ଅଧିକ ଫୋକସ କରୁଛନ୍ତି । ସେ ଏହି ନିର୍ବାଚନମଣ୍ଡଳୀଗୁଡିକରେ ଶେଭାଯାତ୍ରାଠାରୁ ଆରମ୍ଭ କରି ବିଭିନ୍ନ ସମାବେଶ କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ କରି ମାହୋଲ ସୃଷ୍ଟି କରୁଛନ୍ତି । ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ତେଣୁ ତାଙ୍କୁ ଚେକ ଦେବାକୁ ବିଜେଡିର ନୂଆ ସମରସଜ୍ଜା ବୋଲି କୁହାଯାଉଛି ।

ଅନୁୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି । ଅନୁଗୁଳ, ତାଳଚେର, ଆଠମଲ୍ଲିକ, ଛେଣ୍ଡିପଦା ଓ ପାଲଲହଡାରେ ୨୦୧୯ରେ ବିଜେଡିର ବିଜୟ ହୋଇଥିଲା । ଏହି ସମୟରେ ରଜନୀକାନ୍ତ ସିଂହ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ଥିଲେ । ଅନୁଗୁଳ ବିଧାନସଭା ଆସନରେ ୨୦୦୯, ୨୦୧୪ ଓ ୨୦୧୯ରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା । ଏବେ କିନ୍ତୁ ବିଜେପିର ଶକ୍ତି ବଢୁଥିବାରୁ ରଜନୀକାନ୍ତ ସିଂଙ୍କୁ ଅନୁଗୁୁଳ ରାଜନୀତିକୁ ଆଣି ବିଜେପିକୁ କଡା ଟକ୍କର ଦେବାରୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଖୁବଶୀଘ୍ର ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ସଙ୍ଗଠନକୁ ରଜନୀକାନ୍ତ ସିଂହ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଯଦି ରଜନୀକାନ୍ତି ସିଂହ ଇସ୍ତଫା ଦିଅନ୍ତି, ତାହାହେଲେ କିଏ ନୂଆ ଉପବଚାସ୍ପଚି ହେବେ ତାକୁ ନେଇ ବିି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଲାଣି ।