କନକ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ ଆରମ୍ଭ ହୋଇଛି । ବିଜେପିର ହେଭିୱେଟ ନେତା ଏବେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହିକ୍ରମରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।
ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ରାଜନାଥ ସିଂ । ୩ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଏହାପୂର୍ବରୁ ଶିବରାଜ ସିଂ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/1699003321_rajnath.jpg)