ବଲିଉଡର ଜଣାଶୁଣା କମେଡି କଳାକାର ରଜାକ୍ ଖାନ ଏବେ ପରଲୋକରେ । ବୁଧବାର ହୃଦଘାତରେ ରଜାକଙ୍କ ନିଧନ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରଜାକଙ୍କୁ ତୁରନ୍ତ ଡାକ୍ତଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରଜାକ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୩ ମସିହାର ଫିଲ୍ମ ରୂପ କ ରାନୀ ଚୋରୋ କା ରାଜାରେ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ରଜାକ । ପରେ ବାଦଶାହା, ହେଲୋ ବ୍ରଦର, କ୍ୟା କୁଲ ହେ ହମ, ଜୋରୁ କା ଗୁଲାମ ପରି ଏକାଧିକ ଫିଲ୍ମରେ କମେଡି କଳାକାରଭାବେ ତାଙ୍କ ଅଭିନୟ ରହିଛି । ଲୋକପ୍ରିୟ କମେଡି ଶୋ କମେଡି ନାଇଟସ ୱିଥ କପିଲରେ ବି ରଜାକଙ୍କ ଯାଦୁଗରୀ ଅଭିନୟ ଦେଖିବାକୁ ମିଳିଛି ।
ରୁଷିଲେ ରଜାକ୍
/kanak/media/post_attachments/wp-content/uploads/2016/06/razak-khan.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)