ଓଡ଼ିଆ ଗୀତକୁ ଅଧିକ ଆକର୍ଷଣୀୟ, ଶ୍ରୁତିମଧୁର ଓ ହୃଦୟସ୍ପର୍ଶୀ କରିବା ପାଇଁ ଏକ ପ୍ରୟାସ । ଓଡ଼ିଆ ଲୋକମାନଙ୍କୁ ଭଲ ଓଡ଼ିଆ ଗୀତ ଶୁଣାଇବା ପାଇଁ ରେଡିଓ ଚକୋଲେଟ ଟିମ୍ ଆରମ୍ଭ କରିଛି ମ୍ୟୁଜିକାଲ୍ ରିଭୋଲୁସନ । ‘ଆସ ଓଡ଼ିଆ ଗୀତ ଶୁଣିବା’ କାର୍ଯ୍ୟକ୍ରମରେ ରେଡିଓ ଚକୋଲେଟ୍ ଟିମ୍ ପ୍ରସ୍ତୁତ କରିଛି ଭିନ୍ନ ସ୍ୱାଦର ରଜ ଗୀତ । ଏହି ରଜ ଗୀତ ଏବେ ୟୁଟ୍ୟୁବରେ ଦର୍ଶକଙ୍କ ବେଶ ପ୍ରଶଂସା ଲାଭ କରିଛି ।
ଏହି ରଜଗୀତକୁ ଗାଇଛନ୍ତି ଜ୍ୟୋତି ବୋଥ୍ରା । କଂପୋଜ କରିଛନ୍ତି ସୁଦିପ ଜେନା । ଗୀତର କନସେପ୍ଟ ପ୍ରସ୍ତୁତ କରିଛନ୍ତି ରେଡିଓ ଚକୋଲେଟ ଟିମ୍ । ଭଲ ଓଡ଼ିଆ ଗୀତ ଏବଂ ଓଡ଼ିଆଙ୍କୁ ଭଲ ଲାଗୁଥିବା ଗୀତକୁ ଆହୁରି ଆକର୍ଷଣୀୟ କରି ଗୀତ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ରେଡିଓ ଚକୋଲେଟ ଟିମ୍ । ଓଡ଼ିଆ ମ୍ୟୁଜିସିଆନ୍ ଏବଂ ନ୍ୟୁ ଟାଲେଂଟମାନଙ୍କୁ ହୃଦୟକୁ ଛୁଇଁବା ଭଳି ଗୀତ ଲେଖିବା ପାଇଁ ଆହ୍ୱାନ ଦେଇଛି ରେଡିଓ ଚକୋଲେଟ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-14-12h36m37s734.png)