କନକ ବ୍ୟୁରୋ : ଏ ନିର୍ବାଚନ ଲଢେଇ ଶେଷ ଲଢେଇ । ସଭାମଞ୍ଚରେ ଆଠଗଡବାସୀଙ୍କୁ ମନଖୋଲି ହୃଦୟର ଏହି କଥା କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ରାଜା ସ୍ୱାଇଁ । ସଭାକୁ ସମ୍ବୋଧିତ କରି କହିଛନ୍ତି ଆଠଗଡରୁ ଦୀର୍ଘ ସମୟ ହେଲା ଲଗାତାର ବିଧାୟକ ରହିଆସିଛନ୍ତି ।
ଏଇଟା ତାଙ୍କର ଶେଷ ନିର୍ବାଚନ ଲଢେଇ, ତେଣୁ ଆଠଗଡବାସୀଙ୍କ ସେବା କରିବା ପାଇଁ ଶେଷ ଥର ସୁଯୋଗ ଦେବାକୁ ରାଜା ସ୍ୱାଇଁ ଅପିଲ କରିଛନ୍ତି । ସଭାରେ ଉପସ୍ଥିତ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ରାଜାଙ୍କର ଏଥର ଶେଷ ଲଢେଇ, ତେଣୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/swain.jpg)