କନକ ବ୍ୟୁରୋ : ରଜ ରିଲିଜରେ ମୁହଁମୁହିଁ ହେବେ ଓଲିଉଡର ଦୁଇ ସୁପରଷ୍ଟାର । ଅନୁଭବ ମହାନ୍ତିଙ୍କ ଲଭ୍ ଇନ୍ ଲଣ୍ଡନ୍ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତି ଫିଲ୍ମ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ରିଲିଜ୍ ହୋଇଛି । କଟକର ବୃନ୍ଦାବନ ସିନେମା ହଲ୍ ଏବଂ ସଙ୍ଗମ ମଲ୍ଟିପ୍ଲେକ୍ସରେ ସିନେମାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି ।

Advertisment

ପ୍ରିମିୟର ସୋ’ରେ ବହୁ ସଂଖ୍ୟାକ ଦର୍ଶକ ଉପସ୍ଥିତ ଥିବା ବେଳେ ପ୍ରଯୋଜନା ସଂସ୍ଥାର ସଦସ୍ୟ ଏବଂ ଅଭିନେତା-ଅଭିନେତ୍ରୀମାନେ ଉପସ୍ଥିତ ଥିଲେ । ଦୁଇଟି ଯାକ ଫିଲ୍ମରେ ଦୁଇ ତାରକା ଅଭିନୟ କରିଥିବା ବେଳେ କାହାଣୀକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଆଶା କରାଯାଉଛି ଦୁଇଟି ଯାକ ଫିଲ୍ମ ରଜ ବଜାରକୁ ସରଗରମ କରି ରଖିବ ।