କନକ ବ୍ୟୁରୋ : ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର 'ରଜ କୁଇନ୍‌–ଉଡ଼ିଯା ଆକାଶଟା ତୋର' । ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟରେ ପ୍ରସାରିତ ହୋଇ ଆସୁଛି ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ । ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି । ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ।

Advertisment

ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍ ୨୦୨୩” ରିଏଲିଟି ସୋ ପହଞ୍ଚିଛି ତାର ଶେଷ ପାହଚରେ । ପ୍ରତିଯୋଗୀ ମାନେ ଉଚ୍ଚସ୍ତରର ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ପହଞ୍ଚିଛି ତାର ଶେଷ ପର୍ୟ୍ୟାୟରେ । ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ଦେଖିବେ ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ 'ରଜ କୁଇନ୍‌–ଉଡ଼ିଯା ଆକାଶଟା ତୋର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ କେବଳ ଜୀ-ସାର୍ଥକରେ । ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ନେଇ ଏହି ରିଏଲିଟି ସୋ ବିଭିନ୍ନ ପ୍ରତିଯୋଗିତା ମୂଳକ ରାଉଣ୍ଡ ଦେଇ ଗତି କରିବା ସହ ଏଲିମିନେସନ ରାଉଣ୍ଡ ଶେଷରେ ୧୨ ଜଣ ପ୍ରତିଯୋଗୀଙ୍କୁ ନେଇ ତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛି । ଆଉ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେର ରହିବ ୩୦ ରୁ ଅଧିକ ପ୍ରଦର୍ଶନ ।

ତେବେ ଦର୍ଶକ ମାନେ କେବଳ ପ୍ରତିଯୋଗୀ ମାନଙ୍କର ପ୍ରଦର୍ଶନ ନୁହେଁ, ଅନ୍ୟ କଳାକାର ମାନଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ପାଇବେ । ଯେପରିକି ଜୀ-ସାର୍ଥକର ମେଗା ଧାରାବାହିକ ‘ଖୁସିର ଛୁଙ୍କ’ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରାଙ୍କ ଛଡ଼ା ଲୋକପ୍ରିୟ କଳାକାର ଦିବ୍ୟା, ଶୀତଲ, ତମନ୍ନା, ଶୈଳେନ୍ଦ୍ର, ସ୍ଵରାଜ, ଓ ପୂନମ ଙ୍କ ସହିତ ଲୋକପ୍ରିୟ ଗାୟକ ଓ ଗାୟିକା ଯେପରିକି ଅସୀମା ପଣ୍ଡା, ଗୁଡଲି ରଥ (ସଙ୍ଗୀତ ନିର୍ଦେଶକ), କୁଲଦୀପ, ତାରିକ ଅଜିଜ୍, ଗୌରବ ଓ ପ୍ରଜ୍ଞାଙ୍କ ଗୀତ ମଧ୍ୟ ଶୁଣିବାକୁ ପାଇବେ ।

“ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ‘ରଜ କୁଇନ୍‌’ ଏଥର ବହୁଳ ଭାବରେ ଲୋକାଦୃତ ହୋଇଛି । ଏହି ରିଏଲିଟି ସୋର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ । ଏହି ରିଏଲିଟି ସୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖିବେ । ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ବହୁତ ଦର୍ଶନୀୟ ହେବ ଓ ଆପଣମାନେ ଦେଖିପାରିବେ ଏହି ଫିନାଲେରେ ବିଭିନ୍ନ ପ୍ରଦର୍ଶନ । ତେଣୁ ଜୀ-ସାର୍ଥକ ସହ ଯୋଡି ହୋଇ ରହିବାକୁ କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ।