ଆଜି ହେଉଛି ରଜ ସଂକ୍ରାନ୍ତି : ହେଲେ କଟକଣା ଯୋଗୁଁ ସବୁ ମନ୍ଦିର ଖାଁ ଖାଁ; ନିଜ ନିଜ ଘରେ ରହି ନିରାଡମ୍ବର ଭାବେ ରଜ ପାଳୁଛନ୍ତି ଝିଅ, ବୋହୂ

189

କନକ ବ୍ୟୁରୋ : ଆଜି ହେଉଛି ରଜର ଦ୍ୱିତୀୟ ଦିନ ବା ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ରଜପର୍ବ । ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର । ରଜ ଝିଅମାନଙ୍କର ଏକ ବଡପର୍ବ ହୋଇଥିଲେ ହେଁ କରୋନା ଭୟ ଯୋଗୁଁ କେହି ମେଳି ହେଉନାହାନ୍ତିି ।

କେବଳ ନିଜ ଘରେ ରହି ପ୍ରସ୍ତୁତ କରିଥିବା ଦୋଳିରେ ପରିବାର ଲୋକଙ୍କ ସହ ଖେଳୁଛନ୍ତି । ସେଥିପାଇଁ ଝିଅ ମାନଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ହେଲେ ପିଠାପଣା ,ପାନଭଙ୍ଗା ଓ ରାଜଦୋଳି ର ପରମ୍ପରାକୁ ବଜାଇ ରଖିବାକୁ ଚେଷ୍ଟା କରିଛନ୍ତି ଓଡିଆ ଘରର ମହିଳା ଓ ଝିଅ । ରଜ ଗୀତ ଗାଇ ନିଜ ଗାଁ ରେ ଦୋଳି ଖେଳି ମନ ବୁଝାଉଛନ୍ତି । ଘର ଘର ବୁଲି ପିଠା ଖାଇବା ଗାଁ ରୁ ଗାଁ ସାଙ୍ଗ ହୋଇ ବୁଲିବା ସବୁ ହୋଇଯାଇଛି ବନ୍ଦ । ଗତ ବର୍ଷ ଏହି କରୋନା ପାଇଁ ରଜ ମୋଉଜ ଫିକା ପଡିଥିଲାବେଳେ ଏବର୍ଷ ମଧ୍ୟ ଫିକା ପଡିଛି ରଜ ପର୍ବ ।