କରୋନା କଟକଣା ଭିତରେ ଏଥର ଫିକା ପଡିଛି ରଜ ମଉଜ । ହେଲେ ଚଳିତ ବର୍ଷ ନୂତନ ଢଙ୍ଗରେ ଓଡ଼ିଶାବାସୀ ପାଳିବେ ରଜ । ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ବସି ପରିବାର ସହ ରଜ ପାଳନ କରିବେ ଓଡିଶାବାସୀ । ପିଠା,ମିଠା ଏବଂ ସୁସ୍ୱାଦୁ ବ୍ୟଞ୍ଜନର ଆନନ୍ଦ ନେଇ ପରିବାର ସହ ମଉଜ କରି ରଜ ପାଳିବେ ଲୋକେ । ଓଡ଼ିଶାର ପାରମ୍ପରିକ ପର୍ବ ମଧ୍ୟରୁ ରଜ ହେଉଛି ଅନ୍ୟତମ । ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ଆଉ ରଜ ଏକ କୃଷିଭିତ୍ତିକ ପର୍ବ । ବିଭିନ୍ନ ଅଂଚଳରେ ରଜପର୍ବ ଚାରିଦିନ ଓ କେଉଁଠି କେଉଁଠି ପାଂଚଦିନ ଧରି ପାଳିତ ହେବାର ପରମ୍ପରା ରହିଛି । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନକରି ନାରୀ ଜାତି ପ୍ରତି ସମ୍ମାନବୋଦର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଇଥାଏ ।

Advertisment

publive-image

ଏହି ପର୍ବରେ ପିଠା-ପଣା, ଦୋଳିଖେଳ, ଘର ଘର ମଧ୍ୟରେ ପଡ଼ୋଶୀଙ୍କ ପିଠା ଦିଆନିଆ ଓ ଆନନ୍ଦ ବିତରଣର ମାହୋଲକୁ ଦେଖିଲେ ମନେହୁଏ ରଜ ଆମ ଜୀବନର ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀୟ ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସ ପାଇଁ ରଜ ମଉଜ କିଛିକାଂଶରେ କମିଛି । ରଜ ଉତ୍ସବର ବିଭିନ୍ନ ଦିଗ ଓ ପାଳନ ପରିପ୍ରେକ୍ଷୀରେ ଏହାର ବିଧି ତଥା ପିଠାପଣା ସଂପର୍କରେ ପ୍ରସ୍ତୁତ ପ୍ରମୁଖ ପ୍ରସଙ୍ଗ ।

publive-image

ରଜ ପିଠା
ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । କିନ୍ତୁ ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହିଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ତେଣୁ ପୋଡ଼ ପିଠାକୁ ତିନିଦିନ ଧରି ଖିଆଯାଏଁ ।

publive-image

ରଜପାନ
ରଜରେ ପାନ ଖାଇବା ଏକ ପୁରୁଣା ପରମ୍ପରା । ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ସପ୍ତଲତା ଓ ନାଗବଲ୍ଲୀ ବୋଲି ମଧ୍ୟ କୁହାଯାଏ । ନାଗବଲ୍ଲୀ ରସ ପାନ କରି ଜଣେ ମୃତ ରାଜପୁତ ଜୀବନ ପାଇଥିବାର ପ୍ରବାଦ ରହିଛି । ତେଣୁ ଏହାକୁ ‘ପ୍ରାଣ’ ବୋଲି କୁହାଯାଏ । କାଳକ୍ରମେ ଏହା ଅପଭ୍ରଂଶ ହୋଇ ‘ପାନ’ ହୋଇଛି । ପାନରସରେ ବହୁ ପରିମାଣରେ ଅମ୍ଳ, ଧାତବ ଲବଣ ଓ ଜୀବନିକା ରହିଥାଏ । ତେଣୁ ରଜରେ ପାନକୁ ମୁଖ୍ୟ ସ୍ଥାନ ଦିଆଯାଇଛି ।