କନକ ବ୍ୟୁରୋ : ପୂରା ଓଡ଼ିଶା ପାଳୁଛି ରଜ ପର୍ବ । ଆଉ ଏହି କ୍ରମରେ  Wonder world water parkରେ ମଧ୍ୟ ପହିଲି ରଜ ବହୁ ଆଡମ୍ବରରେ ପାଳନ ହୋଇଛି । ପୁରୀ ତହସିଲଦାର କ୍ଷୀରୋଦ ବେହେରା, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ସଂସ୍ଥାର ଏମଡି ନିରଞ୍ଜନ ପାତ୍ର, ଚିଫ୍ ଆଡମିନଷ୍ଟ୍ରେଟର ଗିରିଜା ଶଙ୍କର ରଥ, ପ୍ରୋଜେକ୍ଟ ମ୍ୟାନେଜର ବିଭୂତି ମିଶ୍ର ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ ।

Advertisment

ରଜ ଉତ୍ସବକୁ ବେଶ ଧୁମଧାମରେ ପାଳନ କରିବା ସହ ବିଭିନ୍ନ ପ୍ରକାର ପିଠା, ଦହିବରା, ଆଳୁଦମ, ଝାଲ ମୁଢ଼ି, ଗୁପଚୁପ, ପାନ ଷ୍ଟଲର ବ୍ୟବସ୍ଥା କରାଯାଇଛି । ଏହାସହ Wonder world water park ପରିସରରେ ରଜ ଡୋଳି ଲାଗିବା ସହ ସେଲଫି ପଏଣ୍ଟର ବ୍ୟବସ୍ଥା ମଧ୍ୟ ହୋଇଛି । ସେହିଭଳି ୱେଭ ପୋଲରେ ସିଙ୍ଗର ବିଷ୍ଣୁ ମୋହନ କବି, ସାଗରିକା ମିଶ୍ର ଏବଂ ଡ୍ୟାନ୍ସ ଗ୍ରୁପ୍ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଜିଏମ ରାଧାରମଣ ନାୟକ ଓ ଏମଡି ଡ଼ଃ ନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରକାର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା ।