ମୁକୁଳିବେନି ରାଜା ! ଗ୍ୟାଙ୍ଗଷ୍ଟାରଙ୍କ ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ କୋର୍ଟ

27

କନକ ବ୍ୟୁରୋ : ମୁକୁଳି ପାରିଲେନି ରାଜା । ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । ୨୦୧୦ର ଏକ ମାମଲାର ଶୁଣାଣି କରି ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ କୋର୍ଟ । ରାଜାଙ୍କୁ କାଳକେଠାରୀରୁ ବାହାରିବାକୁ ଦେଲାନାହିଁ କମିଶନରେଟ ପୁଲିସ୍ । ବିରଂଚି ହତ୍ୟା ମାମଲାରେ ଜାମିନ ପରେ ପୁରୁଣା ମାମଲାରେ କେସ ଡାଏରୀ କରିଥିଲା ପୁଲିସ୍ । ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲଗାଇ ଜାମିନକୁ ବିରୋଧ କରିଥିଲା ।

ଯେଉଁ ଦୁଇଟି ମାମଲାରେ କେସ୍ ଡାଏରୀ କରିଛି ପୁଲିସ୍ ସେଗୁଡିକ ହେଲା

• ୨୦୧୦ରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲା
• ୨୦୦୯ରେ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମଲା