କନକ ବ୍ୟୁରୋ : ମୁକୁଳି ପାରିଲେନି ରାଜା । ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । ୨୦୧୦ର ଏକ ମାମଲାର ଶୁଣାଣି କରି ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ କୋର୍ଟ । ରାଜାଙ୍କୁ କାଳକେଠାରୀରୁ ବାହାରିବାକୁ ଦେଲାନାହିଁ କମିଶନରେଟ ପୁଲିସ୍ । ବିରଂଚି ହତ୍ୟା ମାମଲାରେ ଜାମିନ ପରେ ପୁରୁଣା ମାମଲାରେ କେସ ଡାଏରୀ କରିଥିଲା ପୁଲିସ୍ । ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲଗାଇ ଜାମିନକୁ ବିରୋଧ କରିଥିଲା ।
ଯେଉଁ ଦୁଇଟି ମାମଲାରେ କେସ୍ ଡାଏରୀ କରିଛି ପୁଲିସ୍ ସେଗୁଡିକ ହେଲା
• ୨୦୧୦ରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲା
• ୨୦୦୯ରେ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/raja-achariya.png)