କନକ ବ୍ୟୁରୋ: ମହାମାରୀ କରୋନା ଯୋଗୁ ୨ବର୍ଷ ହେବ ରଜପର୍ବ ଫିକା ପଡ଼ିଥିଲା। ତେବେ ଚଳିତ ବର୍ଷ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସେ ନେଇ ବେଶ୍ ପ୍ରସ୍ତୁତ ସମସ୍ତେ । ସକାଳୁ ସକାଳୁ ସହରର ପ୍ରତି ଗଳିକନ୍ଦିରୁ ଭାସି ଆସୁଥିଲା ରଜ ଗୀତ ସହିତ ସୁଆଦିଆ ପିଠାର ମହକ। ନୂଆ ପୋଷାକ, ପାଦରେ ଅଳତା, ମଥାରେ କୁଙ୍କୁମ ଓ ହାତରେ ମହେନ୍ଦୀ ଲଗାଇ କୁମାରୀମାନେ ସଜବାଜ ହୋଇ ପ୍ରସ୍ତୁତ ଥିଲେ ରାଜଧାନୀ। ମହମହ ପିଠାର ବାସ୍ନା ଓ ପାନର ଷ୍ଟଲ ରଜ ପରିବେଶକୁ ଆହୁରି ଉତ୍ସବମୁଖର କରୁଥିଲା।

Advertisment

କୁହା ଯାଏ ଏହି ସମୟରେ ଧରଣୀ ମାତା ରଜସ୍ୱଳା ହୋଇ ଥାଆନ୍ତି। ଏହି ପରିବେଶରେ “ଋତୁସ୍ରାବ ସମ୍ବନ୍ଧୀୟ ସ୍ୱଚ୍ଛତା” ବିଷୟବସ୍ତୁ ସମ୍ପର୍କିତ ଅନ୍ଧବିଶ୍ୱାସକୁ ଦୂର କରିବା ତଥା ସଚେତନତାର ବାର୍ତା ବାଂଟିବାକୁ ସ୍ବେଚ୍ଛାସେବୀ ସଂଗଠନ ଆଇନ ଓ ୟୁନିସେଫ୍ ଏହି ପ୍ରୟାସ କରିଛନ୍ତି।

ରାଜଧାନୀ ଭୁବନେଶ୍ଵରର ସାଇନ୍ସ ପାର୍କ ବସ୍ତି ଓ ସିଆରପି ସ୍ଥିତ ନୀଳ କଣ୍ଠ ନଗର ବସ୍ତିରେ ଏହି କାର୍ୟକ୍ରମ ଆୟୋଜିତ ହୋଇଛି। ଏହା ସହିତ ଗଞ୍ଜାମ,ଖୋର୍ଦ୍ଧା ଆଦି ଅନେକ ଜାଗାରେ ଆଇନା ଏହି କାର୍ୟକ୍ରମ ଆୟୋଜିତ କରିଛି।

publive-image

ଏହି ଅବସରରେ ଆଇନାର ସେକ୍ରେଟରୀ ସ୍ନେହ ମିଶ୍ର କହିଛନ୍ତି," ବର୍ତ୍ତମାନ ସମୟରେ ଏ ବିଶୟରେ ଆଲୋଚନା କରାଯିବା ଉଚିତ୍।ଋତୁସ୍ରାବ ପାଇଁ ଏବେ ବି ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି ଯାହା ଫଳରେ ପ୍ରକୃତ ସତ୍ୟତା ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ବର୍ତମାନ ସେ ନୀରବତା ଭାଙ୍ଗିବା ଏବଂ ନିଜ ନିଜ ପରିବାରରେ ଖୋଲାଖୋଲି କଥା ହେବାର ସମୟ ଆସିଯାଇଛି ।"

publive-imageରାଜଧାନୀରେ ଆୟୋଜିତ କାର୍ୟକ୍ରମ ରେ ସିନେ ତାରକା ଅନୁ ଚୌଧୁରୀ,ମନୋଜ ମିଶ୍ର,ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।