କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ରାଜ୍ ଠାକରେ । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନା କୌଣସି ସର୍ତ୍ତରେ ସମର୍ଥନ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ନରେନ୍ଦ୍ର ମୋଦୀ ପିଏମ୍ ହେବା ଉଚିତ୍ ବୋଲି କହିଥିଲେ । ତା ସହିତ ଧାରା ୩୭୦ ଉଚ୍ଚେଦକୁ ମଧ୍ୟ ସେ ସମର୍ଥନ କରିଥିଲେ ବୋଲି ନିଜର ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ।
ରାଜ ଠାକରେ କହିଛନ୍ତି ଯେ, ବର୍ଷେରୁ ଅଧିକ ସମୟ ଧରି ମୋ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମ୍ପର୍କରେ ରହିଥିଲେ । ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ତାଙ୍କ ସହ ସମ୍ପର୍କରେ ରହିଥିଲେ । ତେଣୁ ମୁଁ ଅମିତ ଶାହାଙ୍କୁ ଫୋନ୍ କରିଥିଲି, ଏବଂ ତାଙ୍କୁ ଦେଖି କରିଥିଲି । ତେବେ ସିଟ୍ ଭାଗବଣ୍ଟା ବିବାଦରେ ମୁଁ ପଡିବାକୁ ଚାହୁଁନି । ତେଣୁ କାହା ସହ ମେଣ୍ଟ କରିବିନି । ହେଲେ ମୁଁ ନରେନ୍ଦ୍ର ମୋଦୀଙ୍କୁ ବିନା ସର୍ତ୍ତରେ ସମର୍ଥନ ଦେଉଛି ।
ରାଜ୍ ଠାକରେ ଆହୁରି ମଧ୍ୟ କହିଛନ୍ତି, ସଞ୍ଜୟ ରାଉତ ଏବଂ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କଥା କହୁଛନ୍ତି । ସେମାନେ କେବଳ ମୁଖ୍ୟମନ୍ତ୍ରୀ ପଦ ଚାହୁଁଛନ୍ତି । ସେଥିପାଇଁ ସେ ଏପରି କରୁଛନ୍ତି ବୋଲି ରାଜ୍ ଠାକରେ କହିଛନ୍ତି । ମନସେ ପ୍ରମୁଖଙ୍କ କହିବା କଥା, ମହାରାଷ୍ଟ୍ରରେ ୫ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି । ଏବେ ନଗର ନିଗମ ନିର୍ବାଚନ ମଧ୍ୟ ବାକି ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/raj-thackeray-210235490-16x9-1.webp)