ମାଆ ଦକ୍ଷିଣକାଳୀଙ୍କ ମନ୍ଦିର ଏବେ ଚଳଚଞ୍ଚଳ : ମାଆଙ୍କ ହେଲା ରାଜ ରାଜଶ୍ୱରୀ ବେଶ; ଭକ୍ତଙ୍କ ଦର୍ଶନ ବନ୍ଦ

୧୪୪ ଧାରାରେ ମାଆଙ୍କ ଚାଲିଛି ପୂଜାର୍ଚ୍ଚନା

66

କନକ ବ୍ୟୁରୋ : କାଳୀ ପୂଜା ପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ବୀରଗୋବିନ୍ଦପୁରରେ ଥିବା ମାଆ ଦକ୍ଷିଣକାଳୀଙ୍କ ମନ୍ଦିରର ଏବେ ଚଳଚଂଚଳ । ଗତ ରାତିରେ ବଳିପୂଜା ସହିତ କୁଷ୍ମାଣ୍ଡ, ଆଖୁ ବଳି ଦିଆଯାଇଛି । ଏହାପରେ ଚକ୍ଷୁ ଦାନ, ପ୍ରଦକ୍ଷଣ, ଘଟସ୍ଥାପନ ପୂଜା କରାଯାଇଛି । କୋଠ ଭୋଗ, ବଳି ଭୋଗ, ବଳି ସଂସ୍କାର ଓ ଭୋଗ ସରିବା ପରେ ଅନ୍ୟାନ ନୀତିକାନ୍ତି କରାଯାଇଛି । ମାଆଙ୍କର ହୋଇଛି ରାଜ ରାଜଶ୍ୱରୀ ବେଶ । କରୋନା କାଳରେ ପୂଜା କରାଉଥିବାରୁ ପ୍ରଶାସନ ପକ୍ଷରୁ ମାଆ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି ।