ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ନେଇ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ସମସ୍ୟା । ପ୍ରମାଣ ସଂଗ୍ରହ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ, ପତ୍ନୀ ଶିଳ୍ପାକୁ କଲା ଜେରା

183

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଜୁହୁ ସ୍ଥିତ ଘରେ ପହଁଚିଥିଲା ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ । ଅଧିକ ତଥ୍ୟ ପାଇଁ କୁନ୍ଦ୍ରାଙ୍କ ଘରେ ଯାଞ୍ଚ କରିଛି ପୋଲିସ । ତେବେ ରାଜ କୁନ୍ଦ୍ରା ଏବଂ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି କ୍ରାଇମ୍ ବ୍ରାଞ୍ଚ । ଯେଉଁଠି ପୋଲିସକୁ ଶିଳ୍ପା କହିଥିଲେ, ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ କାରବାରରେ ତାଙ୍କର କୌଣସି ହାତ ନାହିଁ । ହର୍ଟ ସର୍ଟ ପାଇଁ ଯାହା ବି ଭିଡିଓ ପ୍ରସ୍ତୁତ ହୋଇଛି ସେଥିରେ ଶିଲ୍ପାଙ୍କ କୌଣସି ସମ୍ପୃକ୍ତି ନାହିଁ ତେବେ ଶିଳ୍ପା କହିଛନ୍ତି ରାଜ ଯେଉଁ ଭିଡିଓ ପ୍ରସ୍ତୁତ କରୁଥିଲେ ତାହା ପର୍ଣ୍ଣୋଗ୍ରାଫି ନୁହେଁ ବରଂ ଏରୋଟିକ୍ ଭିଡିଓ।

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ତିନି ଦିନିଆ ରିମାଣ୍ଡ ଶେଷ ହୋଇଥିବାବେଳେ, ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ରାଜ କୁନ୍ଦ୍ରା ତଦନ୍ତରେ ସହଯୋଗ କରୁ ନଥିବା ପୋଲିସ କୋର୍ଟରେ ଯୁକ୍ତି ବାଢିଛି । ଫଳରେ କୋର୍ଟ ତାଙ୍କ ରିମାଣ୍ଡ ଅବଧି ଆସନ୍ତା ୨୭ ତାରିଖ ଯାଏଁ ବଢାଇ ଦେଇଛି । ରାଜଙ୍କ କମ୍ପାନୀ ବିଆନରୁ ଚାଲୁଥିଲା ଅଶ୍ଳୀଳ ଭିଡିଓ ବ୍ୟବସାୟ । ଯେଉଁଥିରେ ଶିଳ୍ପା ରହିଛନ୍ତି ଡିରେକ୍ଟର । ପୂର୍ବରୁ ଏହି କମ୍ପାନୀ ଉପରେ ଚଢାଉ କରି କ୍ରାଇମବ୍ରାଞ୍ଚ ଟିମ ଅନେକ ତଥ୍ୟ ହାତେଇଛି । ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ଗିରଫ କରିଥିଲା । ହର୍ଟ ସର୍ଟ ଆପ ପାଇଁ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ତାଙ୍କ ବିରୋଧରେ ଅଭିଯୋଗ ଲାଗିଛି ।