କନକ ବ୍ୟୁରୋ : ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି । ପର୍ଣ୍ଣୋଗ୍ରାଫି ମାମଲାରେ ମୁମ୍ବାଇ କିଲ୍ଲା କୋର୍ଟ ଆଜି ତାଙ୍କୁ ୧୪ ଦିନ ବିଭାଗୀୟ ହେପାଜତ୍ ସହ ଜେଲ ପଠାଇଛନ୍ତି । ଏହାସହ ମୁମ୍ବାଇ ପୋଲିସ୍ ରାଜଙ୍କୁ ଅଧିକ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଅପିଲ କରିଛନ୍ତି । । ଅନ୍ୟପେଟ ପଚରାଉଚୁରା ସରିଯାଇଥିବାରୁ ଜାମିନ ପାଇଁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି ।
ସୂଚନା ମୁତାବକ ଦେଢ ବର୍ଷ ଭିତରେ ଦେଢ ଶହରୁ ଅଧିକ ଅଶ୍ଳିଳ ଫିଲ୍ମ କରି ୭ ଶହରୁ ଅଧିକ କୋଟି ଟଙ୍କା କମାଇଥିଲେ । ଏ ବିଷୟରେ ସୁରାକ ପାଇଁ ମୁମ୍ବାଇ ପୋଲିସ ଓ କ୍ରାଇମବ୍ରାଂଚଞ୍ଚ ମିଳିତ ଭାବେ ତାଙ୍କର ବିଭିନ୍ନ ଷ୍ଟୁଡିଓ ଓ କାର୍ଯ୍ୟାୟଳରେ ଚଢଉ କରିଥିଲେ । ଏଥିରେ ଏକାଧିକ ବେଆଇନ୍ କାଗଜପତ୍ର ଜବତ ହୋଇଥିଲା । ପଚରାଉଚୁରା କରିବାକୁ ମୁମ୍ବାଇ ପୋଲିସ୍ ତାଙ୍କୁ ଜୁଲାଇ ୨୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/20_07_2021-rajkundra_arrest_shilpa_218473361626779420384.jpg)