ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି : ଗତ ୧୯ ତାରିଖରେ ଅଶ୍ଳିଳ ସିନେମା ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ପୋଲିସ୍

77

କନକ ବ୍ୟୁରୋ : ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ।  ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ କ୍ରାଇମବ୍ରାଂଚ ଓ ମୁମ୍ବାଇ ପୁଲିସ ଏହା ଉପରେ ଯାଂଚ ଜାରି ରହିବ ବୋଲି କୁହାଯାଇଛି । ଜୁଲାଇ ୧୯ ତାରିଖରେ ପୋଲସ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । କିନ୍ତୁ ପୋଲିସ ଏହି ପର୍ଣ୍ଣ ରାକେଟ ଉପରେ ଗତ ଫେବୃଆରୀ ମାସରୁ ନଜର ରଖିଥିଲା । ସେହି ମାସରେ ମୁମ୍ବାଇର ଏକ ବଙ୍ଗଳାରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଏଥିରେ ଆହୁରି ଯେ କେତେ ତଥାକଥିତ ନାମୀ ଦାମୀ ଲୋକଙ୍କ ନାଁ ଏଥିରେ ସାମିଲ ନଥିବ କିଏ କହିବ ।

କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଅନେକଙ୍କୁ ବିବେକ ବୁଦ୍ଧି ଶୂନ୍ୟ କରିଦିଏ । ଯାହା ଘଟିଛି ରାଜ କୁନ୍ଦ୍ରାଙ୍କ ଘଟଣାରେ । ଦିନକୁ ଦିନ ଖୋଲୁଛି ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କ ଗୁମର । ଅଶ୍ଳିଳ ଫିଲ୍ମ ପ୍ରସ୍ତୁତ କରିବାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟିଙ୍କ ସ୍ୱାମୀ ରାଜ୍ । ଦେଢ ବର୍ଷ ମଧ୍ୟରେ ଶହେରୁ ଅଧିକ ପର୍ଣ୍ଣ ଫିଲ୍ମ କରି କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି ରାଜ । ତେବେ ଗୁରୁବାର ମୁମ୍ବାଇ ପୁଲିସ୍ କ୍ରାଇମବ୍ରାଂଚ ଶାଖା ତାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିବା ପରେ ଏକାଧିକ କାଗଜ ପତ୍ର ଓ ସିଡି ଜବତ କରିବା ପରେ ଏହି ତଥ୍ୟ ଜଣାପଡିଛି । ତେବେ ଏନେଇ ପୋଲିସ୍ ହେପାଜତରେ ଥିବା ରାଜ କୁନ୍ଦ୍ରା ଆଦୌ ସହଯୋଗ କରୁନଥିବା କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ରାଜଙ୍କୁ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ୍ ଅଭିଯୋଗ । ଗିରଫ ନକରିବାକୁ ମୁମ୍ବାଇ ପୋଲିସ୍ ରାଜଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଂଚ ନେଇଥିବା ଏକ ଟ୍ୱିଟ ପାଇଛି ଆଂଟି କରପସନ୍ ବ୍ୟୁୃରୋ । ଏହା ରାଜଙ୍କର ଜଣେ ସହଯୋଗୀ ରାକେଶ ଠାକୁର ଏସିବିକୁ ଟ୍ୱିଟ କରିଛନ୍ତି ।

ନାମୀ ବିଜନେସମ୍ୟାନ୍ କୁନ୍ଦ୍ରାଙ୍କ ବିଷୟରେ ପଚାରିଲେ ଆଗରୁ ଲୋକେ ତାଙ୍କୁ ଜଣେ ବିଜିନେସ୍ ମଡେଲ ବୋଲି ଭାବୁଥିଲେ । ହେଲେ ଏବେ ନାଁ ଶୁଣିଲେ ନାକ ଟେକିବା ସ୍ୱାଭାବିକ । ଟଙ୍କା କମେଇବାର ନିଶା ଏବେ ତାଙ୍କ ପାଇଁ କାଳ ହୋଇଛି । ପୁଲିସ୍ ଓ କ୍ରାଇମବ୍ରାଂଚ ଅଧକାରୀଙ୍କ ସୂଚନା ମୂତାବକ, ରାଜକୁନ୍ଦ୍ରା ଅଶ୍ଳିଳ ଫିଲ୍ମ ନିର୍ମାଣ ୨୦୧୯ରୁ ଆରମ୍ଭ କରିଥିଲେ । ଏସବୁ ଅପଲୋଡ କରିବାକୁ କୌଣସି ୱେବସାଇଟ୍ ନଖୋଲି ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ପ୍ରସ୍ତୁତ କରିଥିଲେ, କାରଣ ଆପ୍କୁ ବ୍ୟବହାର କରିବା ସହଜ । ଏହା ବ୍ୟତୀତ ଆବଶ୍ୟକ ପଡିଲେ ୱେବସାଇଟ୍ ଗୁଡିକୁ ବନ୍ଦ କରାଯାଇପାରେ କିନ୍ତୁ ଆପ୍ରେ ଏ ସମସ୍ୟା ନାହିଁ । ଏଥିରେ ତାଙ୍କର ୨୦ ଲକ୍ଷରୁ ଉଦ୍ଧ୍ୱର୍ ସବସ୍କ୍ରାଇବର ଥିଲେ । ତେଣୁ ଏଥିରୁ କୋଟି କୋଟି ଟଙ୍କା ଆୟ ହେଉଥିଲା । ଏନେଇ କ୍ରାଇମବ୍ରାଂଚ ପାଖରେ ଅନେକ ତଥ୍ୟ ଥିବାବେଳେ ରାଜ କୁନ୍ଦ୍ରା କିନ୍ତୁ ଏହାକୁ ଆଗ୍ରହ୍ୟ କରୁଛନ୍ତି । ପୁଲିସର ଅନେକ ପ୍ରଶ୍ନର କୌଣସି ଉତର ଦେଉନଥିବାବେଳ ସେ କେେବେ କୌଣସି ଅଶ୍ଳିଳ ମୁଭି ବନେଇନାହାଁନ୍ତି ବୋଲି କହୁଛନ୍ତି ।

ତେବେ ଗତ ଦେଢ ବର୍ଷ ନୁହେଁ ବରଂ ଭିବଷ୍ୟତ ପାଇଁ ପୁରା ପ୍ଲାନ୍ କରିସାରିଥିଲେ କୁନ୍ଦ୍ରା ଏବଂ ତାଙ୍କର ଗ୍ରୁପ୍ । ଯାହାକୁ କୁହାଯାଉଛି ‘ପ୍ଲାନ୍ ବି’ । ଏଥିରେ କିଛି ମଡେଲ, ଡାଇରେକ୍ଟର, ପ୍ରଡ୍ୟୁସର ଆଦି ସାମିଲ ଥିବା ସମସ୍ତଙ୍କୁ କ୍ରାଇମବ୍ରାଂଚଗିରଫ କରିଛି । ରାଜ୍ କୁନ୍ଦ୍ରାଙ୍କୁ ବୋଧହୁଏ ଆଶଙ୍କା ଥିଲା ଯେ ଯେଉଁଦିନ ହେଲେ ବି ତାଙ୍କର ଏହି ଅସାମାଜିକ କାର୍ଯ୍ୟକଳାପ ଯାଂଚ ଅଧିକାରୀଙ୍କ ପଂଝାରେ ପଡିବ । ତେଣୁ ସେ ଏହାର ଅନେକ ଡାଟା ଡିଲିଟ୍ କରିଦେଇଥିଲେ । କୁନ୍ଦ୍ରାଙ୍କ ହ୍ୱାଟ୍ସଆପ୍ ମେସଜରୁ ଏହିସବୁ ତଥ୍ୟ ମିଳିଛି । ଏଥିରେ ସେ ଏହି କଳାକାରନାମାରେ ଥିବା ତାଙ୍କ ଅତି ଘନିଷ୍ଠ ସହଯୋଗୀ ଉମେସ୍ କାମତ୍ ଓ ପ୍ରଦୀପ୍ ବକ୍ସିଙ୍କ ସହ ଏହି ପ୍ଲାନ୍ ବିଷୟରେ ଚାଟ୍ କରିଥିଲେ । ଏଥିରେ ଏକ ଓଟିଟି ପ୍ଲାଟଫର୍ମ ବୋଲିଫେମ୍ ବିଷୟରେ ଚାଟିଙ୍ଗ ହୋଇଥିଲା । ଏହି ବୋଲିଫେମ୍ ଜରିଆରେ ମଡେଲ ମାନଙ୍କର ଲାଇଭ୍ ଭିଡିଓ ସ୍କ୍ରିନିଙ୍ଗ୍ କରାଯାଇଥାନ୍ତା ।