ଅଶ୍ଳିଳ ଭିଡିଓ ମାମଲା, ରାଜ କୁନ୍ଦ୍ରାଙ୍କୁ ଧରି ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଂଚିଲା କ୍ରାଇମବ୍ରାଞ୍ଚ

616

କନକ ବ୍ୟୁରୋ : ଅଶ୍ଳିଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ବାସଭବନରେ ପହଂଚିଛି । କୁହାଯାଉଛି କି କ୍ରାଇମବ୍ରାଞ୍ଚ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ପଚରା ଉଚରା କରିପାରେ । କୁହାଯାଇଛି କି ରାଜକୁନ୍ଦ୍ରାଙ୍କ କମ୍ପାନୀ ବିଆନରେ ଶିଳ୍ପା ସେଟ୍ଟୀ ବି ନିର୍ଦ୍ଦେଶକ ରହିଛନ୍ତି । କିଛି ସମୟ ପୂର୍ବରୁ ଅନେ୍ଧରୀ ସ୍ଥିତ ବିଆନ କମ୍ପାନୀରେ କ୍ରାଇମବ୍ରାଞ୍ଚ ଚଢାଉ କରିସାରିଛି । ଏଥିରେ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଥିବା ସୂଚନା ମିଳିଛି ।

କହିରଖୁ କି ଅଶ୍ଳିଳ ଭିଡିଓ ନିର୍ମାଣ କରିବା ଅଭିଯୋଗରେ ଜୁଲାଇ ୧୯ ତାରିଖରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ୍ କରାଯାଇଥିଲା  । ଏହାପରେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

ପୋଲିସ କହିଛି କି ରାଜ କୁନ୍ଦ୍ରା ଅନଲାଇନରେ ଜୁଆ ଖେଳୁଥିଲେ । ଯେଉଁଥିରେ କି ସେ ୟେସ ବ୍ୟାଙ୍କର ଆକାଉଣ୍ଟ ବ୍ୟବହାର କରୁଥିଲେ । ଏହା ବାବଦରେ ଏବେ ଅଧିକ ଯାଂଚ ଚାଲିଥିବା କଥା ପୋଲିସ କହିଛି । ଏହି କାରଣରୁ ତାଙ୍କୁ ପୁଣି ରିମାଣ୍ଡରେ ନିଆଯାଇଛି ।  ପୋଲିସର ସୂଚନା ମୁତାବକ କୁନ୍ଦ୍ରା ଗିରଫ୍ ହେବା ପରେ ଜୁଲାଇ ୨୧ ତାରିଖରେ କିଛି ଜରୁରୀ ଡାଟାକୁ ଡିଲିଟ୍ କରିଦିଆଯାଇଛି । ଏହି ଡାଟା ଏବେ ରିକଭର କରାଯିବ ।