କନକ ବ୍ୟୁରୋ : ବିଜେପି ଛାଡିଲେ ରାଜକିଶୋର । ବିଜେପିର ରାଜ୍ୟ ଉପସଭାପତି ରାଜକିଶୋର ଦାସ । ବିଜେପିର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜକିଶୋର । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ତୁରନ୍ତ ଏହାକୁ ଗ୍ରହଣ କରିବାକୁ କହିଛନ୍ତି ରାଜକିଶୋର ।
ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଏପରିକି ମୟୂରଭଞ୍ଜରେ ବିଜେପିର ମଙ୍ଗ ଧରି ଆସୁଥିଲେ ରାଜକିଶୋର । ତେବେ ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ରାଜଶେଖରଙ୍କୁ ଦଳ ପକ୍ଷରୁ ସେଭଳି କୌଣସି ସଂକେତ ମିଳିନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ୍ କରି ବିଜେପିକୁ ବାଏ ବାଏ କରିଛନ୍ତି ରାଜକିଶୋର । ତେବେ ସେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସଂକେତ ଦେଇନଥିବା ବେଳେ ବିଜେପିକୁ ଏକ ବଡ ଝଟକା ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01140324.jpg)