ଧାନ ପରି ବଢାଅ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ,ବାଦାମ ମଣ୍ଡି ଖୋଲିଥିଲେ ବି ଆସୁନାହାନ୍ତି ଚାଷୀ ।ବାଦାମ, ବିରି ଓ ମୁଗର ଏମଏସପି ବୃଦ୍ଧି ଦାବି

100

କନକବ୍ୟୁରୋ:ଚଳିତ ରବି ବର୍ଷ ଲାଗି ଚିନାବାଦାମ ଓ ବିରି, ମୁଗ ମଣ୍ଡିର ଶୁଭାରମ୍ଭ କରିଛନ୍ତି ମାଲାନଗିରି ଜିଲ୍ଲାପାଳ । ଚାଷୀ ବିରି, ମୁଗ ନେଇ ମାଲକାନଗିରି ମଣ୍ଡିରେ ପହଁଚିଛନ୍ତି । ମାଲକାନଗିରିରେ ରବି ରୁତୁରେ ସର୍ବାଧିକ ଚିନାବାଦାମ ଉତ୍ପାଦନ ହେଉଥିବା ବେଳେ ଏଫ ଏକ୍ୟୁ ମାନର ଚିନାବାଦାମର ସହାୟକ ମୂଲ୍ୟ ୬ ହଜାର ୩୭୭ ଟଙ୍କା ରହିଛି । ସେହିପରି ମୁଗର କ୍ୟୁଇଣ୍ଟାଲ ପିଛା ଦର ୮ ହଜାର ୫୫୮ ଟଙ୍କା ଓ ବିରି ୬ ହଜାର ୯୫୦ ଟଙ୍କା ପ୍ରତି କ୍ୟୁଂଟାଲ ରହିଛି ।ତେବେ ଦରଦାମ ବୃଦ୍ଧି ସହ ବର୍ଦ୍ଧିିତ ଶ୍ରମ ଦର ଯୋଗୁ ଏହି ଦରରେ ବିଶେଷ ଲାଭବାନ ହୋଇ ପାରୁ ନାହାନ୍ତି ଚାଷୀ କୁଳ ।

ତେଣୁ ଧାନ ରି ବିରି, ମୁଗ ଓ ଚିନାବାଦାମ ପରି ଶସ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୁଲ୍ୟର ପୁନର୍ବିଚାର କରିବା ଲାଗି ଦାବୀ କରିଛନ୍ତି ଚାଷୀ କୁଳ । ଚିନା ବାଦାମର ଏମ୍ସପି ୬ ହଜାର ୩୭୭ ଟଙ୍କା ପ୍ରତି କ୍ୟୁନ୍ଟାଲ ହୋଇ ଥିବା ବେଳେ ବିଳମ୍ବରେ ମଣ୍ଡି ଆରମ୍ଭ ଯୋଗୁ ଅନେକ ଚାଷୀ ୫ ହଜାର ରୁ ୫ ହଜାର ୨୦୦ ଟଙ୍କା ଦରରେ ବିକ୍ରୀ କରି ସାରିଛନ୍ତି । ଆଉ ବ୍ୟବସାୟୀମାନେ ତାଲିମନାଡୁ ଓ ମହାରାଷ୍ଟ୍ରର ଖୋଲା ବଜାରରେ ୮ ହଜାର ୫୦୦ ରୁ ୮ ହଜାର ୮୦୦ ଦରରେ ବିକ୍ରି କରି ବେଶ ଲାଭବାନ ହୁଅନ୍ତି ବ୍ୟବସାୟୀ ।

ତେବେ ବିଳମ୍ବ ସତ୍ୱେ ଚଳିତ ବର୍ଷ ୧ ହଜାର ୬ଶହ ୧୬ ମେଟ୍ରିକ ଟନ୍ ଚିନାବାଦାମ, ୧୪୯ ମେଟ୍ରିକ ଟନ୍ ମୁଗ ଓ ୪୬ ମେଟ୍ରିକ ଟନ୍ ବିରି କିଣିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । କୃଷୀ ଓ କୃଷକଙ୍କ ବିକାଶ ସହ ଚାଷୀଙ୍କ ଉତ୍ପାଦନର ଉଚିତ ମୁଲ୍ୟର କଥା କହି ଦିର୍ଘ ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିଛି ବିଜେପି । ତେବେ ଚାଷୀଙ୍କ ହିତରେ ପାଇଁ କଣ ସବୁ ପଦକ୍ଷେପ ନେଉଛି ନୁଆ ସରକାର, ତା ଉପରେ ନଜର ।