କନକବ୍ୟୁରୋ :ବାଣପୁରରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି ବୋଲି ବିଜେଡିକୁ ଘେରିଛନ୍ତି ଯୋଗୀ । ଏହାସହ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ନାଲି ଆଖି ପକାଇଛନ୍ତି । ଏବଂ ଠାକୁରଙ୍କ ରତ୍ନଭଣ୍ଡାରରେ ଡକାୟତି କରୁଥିବା ଅଭିଯୋଗ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଉତରପ୍ରଦେଶ ପରି ଏଠାରେ ବୁଲଡୋଜର ଚାଲିବ ବୋଲି କହିଛନ୍ତି ଯୋଗୀ ।
ସେହିପରି ଲ୍ୟାଣ୍ଡ ଓ ସ୍ୟାଣ୍ଡ ମାଫିଆ ସବୁ ସଫା ହେବେ ବୋଲି କହିଛନ୍ତି । ସେହିପରି ଏହା ମୋଦୀଙ୍କ ଭାରତ ଯିଏ ବଦମାସୀ କରିବ ସାବାଡ଼ କରାଯିବ ବୋଲି କହିବା ସହ ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳିଛି ତାହା ୟୁପି ଦେଖିଥିବା କହିଛନ୍ତି ଯୋଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/25-18.jpg)