କନକ ବ୍ୟୁରୋ: ଶେଷ ଲଢ଼େଇ ପାଇଁ ଚାଲିଛି ଜୋରଦାର ସଂଘର୍ଷ । ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାଇରଙ୍ଗୁର ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ଛକାପଞ୍ଝା । ନିଜ ନିଜର ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ତେବେ ପ୍ରମୁଖ ଦଳରୁ କାହାକୁ ରାଇରଙ୍ଗପୁର ରାଜଗାଦିରେ ବସାଇବେ ତାହା ଉପରୁ ଆସନ୍ତା ମେ’ ୨୩ ତାରିଖରେ ପରଦା ଉଠିବ । ତେବେ କ’ଣ କହୁୂଛି ଏହି ବିଧାନସଭା କ୍ଷେତ୍ରର ରାଜନୈତିକ ଗଣିତ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡ଼ି – ବାସନ୍ତୀ ମାରାଣ୍ଡି
ଜେଏମଏମ୍ - ରାମଚନ୍ଦ୍ର ମୁର୍ମୁ
ବିଜେପି – ନବଚରଣ ମାଝି
୨୦୧୯-ବିଜେଡି: ବାସନ୍ତୀ ମାରାଣ୍ଡି
- ପୂର୍ବତନ ରାଇରଙ୍ଗପୁର ବ୍ଲକ ଉପାଧ୍ୟକ୍ଷ
- ପୂର୍ବତନ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ
- ୨୦୧୭ରେ କଂଗ୍ରେସରୁ ବିଜେଡ଼ିରେ ସାମିଲ
- ପୂର୍ବତନ ସମିତି ସଭ୍ୟ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯—ଜେଏମଏମ୍:ରାମଚନ୍ଦ୍ର ମୁର୍ମୁ
- ପୂର୍ବତନ ସରପଂଚ
- ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ
- ୩ଥର ପରାଜିତ ( ୨ ଥର ସାରସକଣା, ଥରେ ରାଇରଙ୍ଗପୁର)
୨୦୧୯-ବିଜେପି: ନବଚରଣ ମାଝି
- ଏଜେଏସୟୁରୁ ବିଜେପିରେ ସାମିଲ
- ପୂର୍ବତନ ଏନ୍ଏସି ଅଧ୍ୟକ୍ଷ
- ବିଜେପି କାର୍ଯ୍ୟକାରିଣୀ ସଦସ୍ୟ
- ପ୍ରଥମଥର ପ୍ରାର୍ଥୀ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଅନୁସୂଚିତ ଜନଜାତି ( ଏସଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ରାଇରଙ୍ଗପୁର, ରାଇରଙ୍ଗପୁର ବ୍ଲକ, ଜାମଦା ବ୍ଲକ, ବହଲଦା ବ୍ଲକ, ତିରିିଙ୍ଗ ବ୍ଲକ୍କୁ ନିର୍ବାଚନ ମଣ୍ଡଳୀ
- ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
- ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେପିର ଦ୍ରୌପଦୀ ମୁର୍ମୁୁ ୨ଥର ବିଧାୟକ ( ୨୦୦୦, ୨୦୦୪)
- ଅର୍ଜୁନ ମାଝୀ ୨ଥର ବିଧାୟକ ( ୧୯୭୪ ଏବଂ ୧୯୭୭)
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୦ ହଜାର ୨୨୯
- ମତ ଦେଇଥିଲେ – ୧ ଲକ୍ଷ ୫୬ ହଜାର ୦୩୫
- ଭୋଟଦାନ ହାର – ୭୪.୨୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସାଇବା ସୁଶିଲ କୁମାର ହାଁସଦାବିଜେଡି ୫୧,୦୬୨ ୩୨.୭୨% ବିଜୟୀ
ଶ୍ୟାମଚରଣ ହାଁସଦା କଂଗ୍ରେସ ୧୯,୦୭୫ ୧୨.୨୨% ପରାସ୍ତ
ଦ୍ରୌପଦୀ ମୁର୍ମୁ ବିଜେପି ୩୫,୫୦୬ ୨୨.୭୬% ପରାସ୍ତ
ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ଜେଏମ୍ଏମ୍ ୨୮,୮୩୮ ୧୮.୪୮% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ସାଇବା ସୁଶିଲ କୁମାର ହାଁସଦା ନିର୍ବାଚନ ଜିତିଥିଲେ
- ୫୧ ହଜାର ୦୬୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁର୍ଙ୍କୁ ପରାସ୍ତ କରିଥିଲେ
- ୧୫ ହଜାର ୫୫୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ