ତୁଟୁନି ରାଇପାହାଡ଼ ସୀମା ବିବାଦ: ବୈଠକରେ ପଛଘୁଞ୍ଚା ଦେଲା ଆନ୍ଧ୍ର, ଦେଖାଇ ପାରିଲା ନାହିଁ ପ୍ରମାଣ ପତ୍ର

57

କନକ ବ୍ୟୁରୋ: କୋରାପୁଟ ନନ୍ଦପଡା ବ୍ଲକର ରାଇପାହାଡ ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ଆଜି ପୁଣି ବସିଥିଲା ବୈଠକ । ସୀମାନ୍ତ ଚାଟୁଆ ଗାଁରେ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବୈଠକରେ ବି ପଛଘୁଂଚା ଦେଲେ ଆନ୍ଧ୍ର ଅଧିକାରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ବାବଦରେ ଓଡିଶା ଅଧିକାରୀ ପଚାରି ଥିବା ପ୍ରଶ୍ନର ଉତର ଦେଇ ପାରିଲେ ନାହିଁ କି ସୀମା ଚିହ୍ନଟ ସଂପର୍କରେ ପ୍ରମାଣ ଦେଖାଇ ପାରିଲେ ନାହିଁ ଆନ୍ଧ୍ରର ମହିଳା ଅଧିକାରୀ  । ତେଣୁ ସୀମା ବିବାଦର ସମାଧାନ ହୋଇପାରିଲା ନାହିଁ । ସମାଧାନର ବାଟ ନବାହାରିବା ଯାଏଁ ବିବାଦୀୟ ସ୍ଥାନରେ ଆନ୍ଧ୍ର ପକ୍ଷରୁ କୌଣସି କାର୍ଯ୍ୟ କରାଯିବ ନାହିଁ, ଯଦି କରାଯାଏ ତେବେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନନ୍ଦପୁର ଏସଡିପିଓ କହିଛନ୍ତି ।

ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିଲା ବୈଠକ । ଆନ୍ଧ୍ର ପକ୍ଷରୁ ମହିଳା ତହସିଲଦାର ଓ ଅନ୍ୟା ଅଧିକାରୀ ସାମିଲ ହୋଇଥିଲେ । ଓଡିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ, ନନ୍ଦପୁର ବିଡିଓ, ନନ୍ଦପୁର ଏସଡିପିଓ ରାଇପାହାଡ ଓଡିଶାର ବୋଲି ମାଡ୍ରାସ ପ୍ରେସିଡେନସି ମ୍ୟାପ ଆଧାରରେ ଦର୍ଶାଇଥିଲେ । ଏହି ମ୍ୟାପ ଆମ ପାଖରେ ନାହିଁ ବୋଲି କହିଥିଲେ ଆନ୍ଧ୍ର ଡୁମ୍ବୁରିଗୁଡା ତହସିଲଦାର । ତେଣୁ ବୈଠକରେ ସୀମା ବିବାଦର ସମାଧନ ନହେବାରୁ ସ୍ଥାନୀୟ ଲୋକେ ତାତି ଉଠିଛନ୍ତି । କହିଛନ୍ତି, ଆନ୍ଧ୍ର ଯେତେ ଯାହା କଲେ ବି ନିଜ ଅଂଚଳରୁ ଇଂଚେ ଜାଗା ଛାଡିବେ ନାହିଁ ବୋଲି କହିଛନ୍ତି ।

ଗତ ୧୨ ତାରିଖରେ ପ୍ରଥମ ବୈଠକ ବସିଥିଲା । ସେଥିରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଉପଯୁକ୍ତ ପ୍ରମାଣ ଦେଖାଇପାରି ନଥିଲେ । ଦ୍ୱିତୀୟ ବୈଠକ ପାଇଁ ଆନ୍ଧ୍ର ଅଧିକାରୀ ଓଡ଼ିଶା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।