ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଶିଶୁ ଓ ମହିଳା ବିଭାଗରେ ପଶିଲା ପାଣି

Advertisment
ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଶିଶୁ ଓ ମହିଳା ବିଭାଗରେ ପଶିଲା ପାଣି

କନକ ବ୍ୟୁରୋ: ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ୩ ଘଂଟା ଧରି ଡାକ୍ତରଖାନାକୁ ଅଚଳ କରିଥିଲା ଅଦିନିଆ ବର୍ଷା । କେନ୍ଦୁଝର ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

publive-image

ବର୍ଷା ପାଣିରେ ଭାସିଲା ଡାକ୍ତରଖାନା । ବେଡ ଉପରେ ରୋଗୀ ତଳେ ଲହଡି ମାରୁଛି ବର୍ଷା ପାଣି । ଏ ସ୍ଥିତି ହେଉଛି କାଳବୈଶାଖୀ ତାଣ୍ଡବର । ଅଦିନିଆ ଝଡବର୍ଷାରେ ବେହାଲ ହୋଇଯାଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା । ବିଭିନ୍ନ ୱାର୍ଡରେ ବର୍ଷା ପାଣି ପଶିଯାଇଥିବା ବେଳେ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

publive-image

ତେବେ ୩ ଘଂଟା ଧରି ଡାକ୍ତରଖାନାରେ ରୋଗୀ ଓ କର୍ମଚାରୀଙ୍କୁ ନାକେଦମ୍ କରିଥିଲା କାଳବୈଶାଖୀ ବର୍ଷା । ମହିଳା ଓ ଶିଶୁ ରୋଗ ବିଭାଗ ୱାର୍ଡରେ ବର୍ଷା ପାଣି ପଶିଯାଇଥିଲା । ଯାହାକୁ ନିଷ୍କାସନ କରିବା ପାଇଁ ୨ ଘଂଟା ଧରି ନାକେଦମ୍ ହୋଇଥିଲେ ଡାକ୍ତରଖାନାର ୮ ଜଣ କର୍ମଚାରୀ । ଏବେ ପ୍ରଶ୍ନ ଉଠୁଛୁ କି, ଅଦିନିଆ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଯଦି ଏଭଳି ସ୍ଥିତି ହେଉଛି, ତେବେ ବର୍ଷା ଦିନେ ପରିସ୍ଥିତି କଣ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe