କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି । ଗତକାଲିଠାରୁ ଜିଲ୍ଲାରେ ବର୍ଷା ଲାଗିଛି । ଆଜି ସକାଳୁ ରକ୍ତ ଭଣ୍ଡାର ଖୋଲା ହେବା ବେଳକୁ ବର୍ଷା ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା । ସଫେଇ କର୍ମଚାରୀ ଯାଇ ରକ୍ତ ଭଣ୍ଡାର ଭିତରୁ ପାଣି ବାହାର କରିଥିଲେ । ହେଲେ କିଛି ସମୟ ପାଇଁ ରକ୍ତ ଭଣ୍ଡାରର କାମ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ସଂଧ୍ୟାରୁ ଲାଗି ରହିଥିବା ବର୍ଷା ପ୍ରଭାବରେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ଯାଇଛି ।
ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି ।
/kanak/media/post_attachments/wp-content/uploads/2024/03/Screen-Shot-2024-03-20-at-10.25.02-AM.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)