ବର୍ଷାରେ ଉବୁଟୁବୁ କର୍ଣ୍ଣାଟକ । ୩ ହଜାରରୁ ଅଧିକ ଘର ଜଳ ଘେରରେ ।

113

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କର୍ଣ୍ଣାଟକ । ଲଗାଣ ବର୍ଷା ରାଜ୍ୟ ବାସିଙ୍କ ସମସ୍ୟା ବଢାଇଛି । ୩ ହଜାରରୁ ଅଧିକ ଘର ଜଳ ଘେରରେ ବନ୍ଦି ହୋଇ ରହିଛି । ରାସ୍ତାର ବନ୍ୟା ଜଳ ପରିପୁର୍ଣ୍ଣ ହୋଇ ରହିବାରୁ ଯାନବାହାନ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛି ଦକ୍ଷିଣ କନ୍ନ୍ଡା ଜିଲ୍ଲା ପ୍ରଶାସନ । ଅନ୍ୟପଟେ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ।

କର୍ଣ୍ଣାଟକରେ ଲଗାଣ ବର୍ଷା ରାଜ୍ୟବାସିଙ୍କ ସମସ୍ୟା ବଢାଇଛି । ଲଗାତାର ୪ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟରେ ଅନେକ କ୍ଷୟକ୍ଷତି ରିପୋର୍ଟ ହୋଇଛି । ବର୍ଷା କାରଣରୁ ୩ ହଜାରରୁ ଅଧିକ ଘର ଜଳ ଘେରରେ ବନ୍ଦି ରହିଥିବା ଜଣାପଡିଛି । ପ୍ରବଳ ବର୍ଷାର ପୁର୍ବାନୁମାନ କରି ବେଙ୍ଗାଲୁରରେ ଅରେଂଜ ଆଲେର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛି ଦକ୍ଷିଣ କନ୍ନ୍ଡା ଜିଲ୍ଲା ପ୍ରଶାସନ । ଅନ୍ୟପଟେ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ।

ରାଜ୍ୟରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଲଗାଣ ବର୍ଷା ଅନେକ ସ୍ଥାନରେ ବନ୍ୟା ଓ ଭୁସସ୍ଖଳ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି । ସଠିକ ଭାବରେ ଜଳ ନିସ୍କାସନ ନ ହେବାରୁ ରାସ୍ତା ବନ୍ୟା ଜଳରେ ଭର୍ତି ହୋଇ ରହିଛି । ଫଳରେ ଯାତାୟତରେ ଭିଷଣ ଅସୁବିଧା ଦେଖା ଦେଇଛି । ବର୍ଷା କାରଣରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛିା  ଆସାମପରେ କଣ୍ଣାଟକରେ ଏବେ ବନ୍ୟାର କରାଳ ରୁପ ଦେଖିବାକୁ ମିଳିଛି । କେରଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ୧୨ ଜିଲ୍ଲାକୁ ଅରେଂଜ ଆଲେର୍ଟ ଜାରି କରିଛି ।