କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ସକାଳୁ କଟକ , ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଝିପି ଝିପି ବର୍ଷା ହୋଇଛି । ପାଗ କୋହଲା ରହିଛି । ଏହାର ପ୍ରଭାବରେ ଆଜି ଓ କାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ହେଲେ କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ୯ ତାରିଖ ଅପରାହ୍ଣରୁ ପାଗରେ ପରିବର୍ତନ ଆସିବ । ସାରା ରାଜ୍ୟରେ ପାଖ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BBSR.jpg)