ଛତିଶଗଡ଼ କରିବ ଓଡ଼ିଶାରେ ବନ୍ୟା !

ଛତିଶଗଡ଼ର କଲମା ବ୍ୟାରେଜରୁ ପ୍ରବାହିତ ହେଉଛି ପ୍ରଚୁର ପାଣି : ସେକେଣ୍ଡକୁ ୫ ଲକ୍ଷ କ୍ୟୁସେକ୍ ଜଳ ଛାଡୁଛି କଲମା ବ୍ୟାରେଜ;ହୀରାକୁଦରେ ବଢୁଛି ଜଳସ୍ତର, ୨୪ ଗେଟ୍ ଦେଇ ଛଡାଯାଉଛି ୪ ଲକ୍ଷ ୨୧ ଲକ୍ଷ କ୍ୟୁସେକ୍ ଜଳ

192

କନକ ବ୍ୟୁରୋ : ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୂବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଛି । ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର । ତେବେ ମହନଦୀରେ ସକାଳ ୬ଟା ସୁଦ୍ଧା ଜଳସ୍ତର କମିଥିବା ଜଣାପଡ଼ିଛି । ମହାନଦୀର ନରାଜଠାରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ମୁଣ୍ଡୁଳୀ ଦେଇ ଗତି କରିବ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ।

ଏହା ଅଧିକ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୯୧ ହଜାର ୨୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୧ ହଜାର ୩୪୮ କ୍ୟୁସେକ୍ ଜଳ ନିଷ୍କାସିତ ।

ବନ୍ୟା ପରିସ୍ଥିତି ହୋଇନଥିଲେ ମଧ୍ୟ କୁଶଭଦ୍ରା ନଦୀ ଶଯ୍ୟାରେ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ଶିଶୁମଠରୁ ସାହେବନଗରକୁ ସଂଯୋଗ କରୁଥିବା ରାସ୍ତାଟି ପୂରା ଧୋଇଯାଇଛି । ତେଣୁ ଆଜି ସାହେବନଗର, ମହୁଖଣ୍ଡା, ନୂଆସାହି ଓ କୋଳଥପିଠା ପ୍ରଭୃତି ଅଞ୍ଚଳର ଲୋକେ ବାଲିପାଟଣାକୁ ଆସିବା ପାଇଁ କାକରୁଦ୍ରପୁର ବ୍ରିଜ୍‌ ଦେଇ ବୁଲିଛନ୍ତି । ଶିଶୁମଠ ଠାରେ ନଦୀରେ ପୋଲ ନିର୍ମାଣ ସରିଥିଲେ ବି ସଂଯୋଗ ରାସ୍ତା ସରିନଥିବାରୁ ଲୋକେ ଆଜି ଯାତାୟାତ ପାଇଁ ସମସ୍ୟାରେ ପଡ଼ିଥିଲେ ।