ରାଜ୍ୟରେ ଦୁଇ ଦିନ ରହିବ ପଶ୍ଚିମା ଝଡ଼ର ପ୍ରଭାବ : ଆଜିଠୁ ହୋଇପାରେ ହାଲୁକା ବର୍ଷା; ୧୧ ତାରିଖରୁ ବଢିବ ଶୀତ

Advertisment
ରାଜ୍ୟରେ ଦୁଇ ଦିନ ରହିବ ପଶ୍ଚିମା ଝଡ଼ର ପ୍ରଭାବ : ଆଜିଠୁ ହୋଇପାରେ ହାଲୁକା ବର୍ଷା; ୧୧ ତାରିଖରୁ ବଢିବ ଶୀତ

କନକ ବ୍ୟୁରୋ : ଭୁବନେଶ୍ବର ଆସନ୍ତା ୨ ଦିନ ରାଜ୍ୟ‌ର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଶୀତ କମିବ। ଫେବ୍ରୁଆରି ୧୧ରୁ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢ଼ିବ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା । ଆଜି ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକା କୁହୁଡ଼ି ପଡ଼ିଥିବା ପରିଲକ୍ଷିତ ହୋଇଛି ।

ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୦ ଓ ୧୧ ତାରିଖରେ ଆକାଶ ଆଂଶିକ ମେଘୁଆ ରହିପାରେ । ଛତିଶଗଡ଼ ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ଅଞ୍ଚଳରେ ୯ ଓ ୧୦ ତାରିଖରେ ପାଗ ମେଘୁଆ ରହିବା ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe