ରାଜ୍ୟର ୯ଟି ଜିଲ୍ଲାରେ ଆହୁରି ୨୪ ଘଂଟା ଜାରି ରହିବ ବର୍ଷା ! କାଲିଠାରୁ ପୁଣି ବଢିବ ଶୀତ, ୪ରୁ ୫ ଡିଗ୍ରୀ ତଳକୁ ଖସିପାରେ ପାରଦ

1,254

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାରେ ଆହୁରି ୨୪ ଘଂଟା ଜାରି ରହିବ ବର୍ଷା । ଦକ୍ଷିଣ-ପଶ୍ଚିମ ଉତ୍ତର ପ୍ରଦେଶରୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା ଯାଏଁ ଏକ ଟ୍ରପ ଲାଇନ ରହିଛି । ଏହାର ପ୍ରଭାବରେ ଆହୁରି ଗୋଟିଏ ଦିନ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିବା ସମ୍ଭାବନା ନେଇ କହିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କୋରାପୁଟ, ସୁନ୍ଦରଗଡ, ମାଲକାନଗିରି, ନବରଙ୍ଗପୁର ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବ । ଏହାବାଦ ଅନ୍ୟାନ୍ୟ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତାକାଲିଠାରୁ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏଁ ଖସିବା ସହ ପୁଣି ବଢିବ ଶୀତର ପ୍ରକୋପ ।

ତେବେ ଏହି ସମୟରେ ଆଭ୍ୟନ୍ତରୀଣ ଓଡିଶାରେ ଘନ କୁହୁଡି ଦେଖାଯିବ । ମତ୍ସ୍ୟଜୀବୀ ମାନଙ୍କ ପାଇଁ କୌଣସି ସତର୍କ ସୂଚନା ନଥିବାବେଳେ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକରେ ଚାଷୀଙ୍କୁ ସତର୍କତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବର୍ଷାରେ ଧାନ ଭିଜିଯିବା ଆଶଙ୍କା ଥିବାରୁ ଏହାକୁ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି ।