ଉତ୍ତରାଖଣ୍ଡରେ ଜଳପ୍ରଳୟ: ବନ୍ୟା ସହ ଭୂସ୍ଖଳନ ବଢାଇଲା ଲୋକଙ୍କ ଦୁର୍ଦ୍ଦଶା

40

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଜଳ ପ୍ରଳୟ । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଛି । ବନ୍ୟା ଜଳ ଗାଁ ଗଣ୍ଡାରେ ପଶିଥିବାରୁ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି । ବନ୍ୟା ସହ ଭୂସ୍ଖଳନ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଉଛି । ମହୀଶୂରର କେମ୍ପଟି ଜଳପ୍ରପାତର ବନ୍ୟା ଜଳ ଆଖପାଖର ଦୋକାନରେ ପଶିଛି । ପାଣି ଏତେ ଯୋରରେ ମାଡି ଆସିଛି ଯେ ପର୍ଯ୍ୟଟନସ୍ଥଳୀର କିଛି ଦୋକାନକୁ ଭସାଇ ନେଇଛି । ପାଣି ଘେରରେ ଫସିରହିଥିବା ପର୍ଯ୍ୟଟକଙ୍କୁ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଛି । ଅଚାନକ ପାଣି ମାଡି ଆସିଥିବାରୁ କେହି କିଛି ବୁଝିବା ଆଗରୁ ପାଣି ଘେରର ଫସିଯାଇଥିଲେ ।