ଆସନ୍ତାକାଲିଠାରୁ କମିବ ବର୍ଷା : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ

୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ : ପ୍ରଭାବରେ ଆଜି ରାତିରୁ ଉତ୍ତର ଓଡ଼ିଶାରେ ଲାଗିରହିବ ବର୍ଷା

KANAK NEWS

କନକ ବ୍ୟୁରୋ : ଆସନ୍ତାକାଲିଠାରୁ କମିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ ହୋଇଛି । ଏହା ଚାନ୍ଦବାଲିଠାରୁ ୨୫ କିଲୋମିଟର ଦୂରରେ ରହିଛି ଏବଂ ଉତ୍ତର ଆଡକୁ ଗତିକରି ପଶ୍ଚିମବଙ୍ଗ ମୁହାଁ ହୋଇଛି ।

ରାଜ୍ୟରେ ଜାରି ରହିଥିବା ଭାରି ବର୍ଷା ଆଜି ସଂଧ୍ୟା ସୁଦ୍ଧା କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଲିଠୁ ବର୍ଷା ଧିରେ ଧିରେ କମିଯିବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ଏବଂ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଥଣ୍ଡା ବଢିବ । ରାତିରେ ତାପମାତ୍ରା କମିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe