ହୋଲିରେ ଭିଜିବ ଓଡିଶା ! ଆସନ୍ତାକାଲି ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ୩୦ରୁ ୪୦ କିମି ବେଗରେ ବହିପାରେ ପବନ

ପଶ୍ଚିମ, ଦକ୍ଷିଣ ଓ ଉତର ଓଡିଶାରେ ବର୍ଷା ଚେତାବନୀ ଦେଲା ପାଣିପାଗ ବିଭାଗ

2,225

କନକ ବ୍ୟୁରୋ: ହୋଲିରେ ଭିଜିବ ଅଧା ଓଡିଶା । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ସକାଳ ୮ରୁ ଆସନ୍ତା ୨୪ ଘଂଟା ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ତା ପରେ ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣ, ଉତର ଓ ପଶ୍ଚିମ ଓଡିଶାରେ ବର୍ଷା ହେବା କହିଛି ପାଣିପାଗ ବିଭାଗ ।

ଆଜି ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତାକାଲି କାଳବୈଶାଖୀ ପ୍ରଭାବରେ ଉତର ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା । କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରାପୁଟ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ ଓ ମୟୂରଭଜରେ ବର୍ଷା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରପୁଟ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ନୂଆପଡା ଓ ମୟୂରଭଂଜର ଗୋଟିଏ ଦୁଇଟି ଜାଗାରେ ଘଡଘଡି ସହ ବର୍ଷା ନେଇ ୟେଲୋ ଓାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ୧୧ତାରିଖରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ଅଧିକ ବର୍ଷା ହୋଇପାରେ । ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୋନପୁର, ବୌଦ୍ଧ , ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଏବଂ ନୟାଗଡ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବ । ୧୨ ତାରିଖରେ ଉତର ଓଡିଶା ଓ ଉପକୂଳ ଓଡିଶା ସମେତ ଆଉ କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।