ଲଘୁଚାପ ବଳୟ ପ୍ରଭାବ : ଆଜି ଏହି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

314

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଉପରେ ଥିବା ଚିହ୍ନିତ ଲଘୁଚାପ ବଳୟ ପ୍ରଭାବରେ ଆଜି ସକାଳ ସୁଦ୍ଧା ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ । ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିସହ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ଆର ବିଶ୍ବାସ କହିଛନ୍ତି ଯେ ଅକ୍ଟୋବର ପହିଲାଠାରୁ ବର୍ଷା ପରିମାଣ କମିବ। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । ନହେଲେ ୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ଓଡ଼ିଶାରେ ଏବେ ବି ନିଅଣ୍ଟିଆ ବର୍ଷା ଲାଗି ରହିଛି । ଗତକାଲି ସ୍ବାଭାବିକ ଭାବେ ୧୧୪୯.୮ ମିମି ବର୍ଷା ହେବା କଥା । ମାତ୍ର ବର୍ଷା ପରିମାଣ ୧୦ ପ୍ରତିଶତ କମ୍‌ ରହିଛି । ଜଗତ୍‌ସିଂପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ନିଅଣ୍ଟିଆ ଅଛି। ବାକି ୨୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।