କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତୀ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ପବନର ବେଗ ବଢୁଛି । ଦୀଘାରେ ବର୍ଷା ହେଉଥିବା ବେଳେ ପର୍ଯ୍ୟଟକମାନେ ଛତା ଧରି ସମୁଦ୍ରକୂଳରେ ବୁଲୁଥିବା ଦେଖିବାକୁ ମିଳୁଛି । ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଯାଇଛି । ସମୁଦ୍ରକୂଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବର୍ଷା ପବନକୁ ଭୟ ନକରିବା ସହିତ ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇବାକୁ ଦେଇଛି ପ୍ରତିଶ୍ରୁତି ।
ବର୍ଷା ଓ ପବନକୁ ନଜରରେ ରଖି ମାଛ ଧରାଳିଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପର ମହାନଦୀରେ ବେଶି ବର୍ଷାର ସମ୍ଭାବନା ନଥିବା ବେଳେ ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ହୋଇପାରେ । ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି । ଝାରଖଣ୍ଡର ବର୍ଷା ଉପରେ ଓଡିଶାର ବନ୍ୟା ସ୍ଥିତି ନିର୍ଭର କରୁଛି । ସ୍ଥିତି ଉପରେ ନଜର ରଖି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍କୁ ନିୟୋଜିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/7-17.jpg)